ବାରବାଟୀ ଟିକେଟ ବିକ୍ରି ଶେଷ: ଦିନକରେ ସରିଲା ୧୦ହଜାର ଟିକେଟ୍

newyr25

କଟକ: ଦିନକରେ ସରିଗଲା ୧୦ହଜାର ଟିକେଟ୍ । ଶେଷ ହେଲା ବାରବାଟୀ ଟିକେଟ ବିକ୍ରି ।  ଏବେ ଅପେକ୍ଷା ୯ ତାରିଖକୁ ।  ଫଟାଫଟ ମ୍ୟାଚ୍ ଅପେକ୍ଷାରେ ଦର୍ଶକ ।  ଯିଏ ପାଇଲା ଖୁସ ଆଉ ଯିଏ ନ ପାଇଲା ମନ ଦୁଃଖ କରି ଘରକୁ ଫେରିଲା ।  ଇଣ୍ଡିଆ ଓ ସାଉଥ ଆଫ୍ରିକା ମଧ୍ୟରେ ଆସନ୍ତା ଡିସେମ୍ବର ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା T 20 ମ୍ୟାଚ ପାଇଁ ଅଫଳାଇନରେ ଟିକେଟ ବିକ୍ରି ଶେଷ ହୋଇଛି ।

ଏହା ପୂର୍ବରୁ ଡିସେମ୍ବର ୧ରେ ଅନଲାଇନରେ ୨ ହଜାର ଟିକେଟ ବିକ୍ରି କରାଯାଇଥିଲା ।  ଡିସେମ୍ବର ୩ ଓ୪ ତାରିଖରେ ଓସିଏ ଅନୁବନ୍ଧିତ ସଂଘ ଙ୍କୁ ଟିକେଟ ବିକ୍ରି କରାଯାଇଥିଲା ।  ଟିକେଟ ବିକ୍ରି ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।  କଟକ ଡିସିପି ନିଜେ ସମସ୍ତ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ ।  ମ୍ୟାଚ ଦିନ ୪୦ ପ୍ଲାଟୁନ ଫୋର୍ସ ସୁରକ୍ଷାରେ ନିୟୋଜିତ ହେବେ ।

Leave A Reply

Your email address will not be published.