ମୁଣ୍ଡବିହୀନ ମହିଳାଙ୍କ ଶବକୁ ନେଇ ଦିତୀୟ ଦିନରେ ପୁଣି ଏମ୍ଭି-୨୬ଗ୍ରାମରେ ଘରପୋଡିଲେ ଶତାଧିକ ପୁରୁଷ ମହିଳା

youtube

ମାଲକାନଗିରି : ଗତକାଲି ରାଖେଲଗୁଡ଼ା ଗ୍ରାମ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଦୁଇ ଗାଁ ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି ତୀବ୍ର ହୋଇଛି। ଗତକାଲି ଗୋଟିଏ ଗୋଷ୍ଠୀ ଏମ୍ଭି-୨୬ ଗାଁରେ କିଛି ଘର ଜାଳି ଦେଇଥିବା ବେଳେ ଆଜି ପୁନର୍ବାର ଏମ୍ଭି-୨୬ ଗାଁ ର କିଛି ଘରକୁ ନିଆଁ ଲଗାଇ ଦେଇଛନ୍ତି । ଏହା ସହ ଏମ୍ଭି-୨୬ ଗାଁରେ ଘର, ଗାଡ଼ି ଭଙ୍ଗାରୁଜା ସହ ନିଆଁ ଲଗାଇ ଦେଇଛନ୍ତି। ପୋଲିସ ଉପସ୍ଥିତ ସତ୍ତ୍ବେ ପୁରୁଷ, ମହିଳା ଏକାଠି ହୋଇ ଭଙ୍ଗାରୁଜା କରିଛନ୍ତି। କାଲି ପୋଡ଼ାଜଳା ପରେ ଭିନ୍ନ ଭିନ୍ନ ସ୍ଥାନରେ ଉଭୟ ଗୋଷ୍ଠୀ ଏକତ୍ରିତ ହୋଇଛନ୍ତି। ରଖାଲଗୁଡ଼ାରେ ପାରମ୍ପାରିକ ଅସ୍ତଶସ୍ତ୍ର ଧରି ଏକାଠି ଗୋଟିଏ ଗୋଷ୍ଠୀ ହୋଇ ଥିବା ବେଳେ ଆଜି ଅନ୍ୟ ଏକ ଗୋଷ୍ଠୀ ଜିଲ୍ଲା ପାଳଙ୍କ ଅଫିସ ଆଗରେ ଜମାହୋଇ ପ୍ରତିବାଦ କରିଥିବା ଦେଖିବାକୁ ମିଲିଛି ସମସ୍ୟାର ସମାଧାନ ନହେଲେ ଆଗକୁ ଆଇନ କୁ ହାତକୁ ନେବାକୁ ଚେତାବନୀ ଦେଇଛନ୍ତି ।

ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା କୁ ଶାନ୍ତି କରିବା ପ୍ରୟାସରେ ଲାଗିପଡିଛି ଜିଲ୍ଲା ପ୍ରଶାସନ ଗତକାଲି ଘଟଣା ସ୍ଥଳରେ ମାଲକାନଗିରି ଜିଲ୍ଲାପାଳ, ଆରଖିଅଧିକ୍ଷକ, ଉପଜିଲ୍ଲାପାଳ ପହଁଛି ଘଟଣାକୁ ପ୍ରଶମିତ କରିବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିବା ଦେଖିବାକୁ ମିଳିଥିବା ବେଳେ ଆଜି ଘଟଣାର ପୂର୍ଣାର୍ବୃତି ଯୋଗୁଁ ପ୍ରଶାସନକୁ ନାକେଦ୍ମମ ହେବାକୁ ପଡିଛି । ଆଜି ଏମ୍ଭି-୨୬ ଗ୍ରାମରେ ଉତ୍ତେଜନା ସମୟରେ ପୋଲିସ ପକ୍ଷରୁ ଟିୟରଗ୍ୟାସ ଚାଳନା କରାଯାଇଥିବା ସୂଚନା ରହିଛି । ଉତ୍ତେଜନା ବଢିବା ଦେଖି ଆଜି ସନ୍ଧ୍ୟା ୬ଘଟିକାରୁ ୨୪ଘଂଟା ପାଇଁ ଜିଲ୍ଲାର ଇଣ୍ଟରନେଟରେ ସେବାକୁ ବନ୍ଦ କରାଯାଇଛି ।

Leave A Reply

Your email address will not be published.