ପଲିଥିନ କାରଖାନାରେ ଅଗ୍ନିକାଣ୍ଡ

add-all

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପଲିଥିନ କାରଖାନାରେ ଲାଗିଲା ନିଆଁ । ଘଟଣାସ୍ଥଳରେ ଦମକଳ କେନ୍ଦ୍ର ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ କଟକ ଏବଂ ଚାଉଳିଆଗଞ୍ଜ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଦୀର୍ଘ ସମୟର ଉଦ୍ୟମ ପରେ ନିଆଁ ଆୟତ୍ତ ହୋଇଥିବା ସୂଚନା ମିଳିଛି।ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଅଛି । ସର୍ଟସର୍କିଟରୁ ନିଆଁଲାଗିଥିବା ସନ୍ଦେହ କରାଯାଉଛି।

ad-week
Leave A Reply

Your email address will not be published.