ସୁନା ବିସ୍କୁଟ୍ ଲୋଭ ଦେଖାଇ ୪ ଲକ୍ଷ ଟଙ୍କାର ଠକେଇ, ୬ ଗିରଫ

add-all

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ। ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କାର ଠକେଇ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୩ ଲକ୍ଷ ୨୯ ହଜାର ଟଙ୍କା ସହ ୫ଟି ମୋବାଇଲ ଓ ୨ଟି ବାଇକ୍‌ ଜବତ ହୋଇଛି।

ଅତି ଚତୁରତାର ସହ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀ ବ୍ରହ୍ମପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ସୁନା ବେପାର ନାଁରେ ତାଙ୍କୁ ନୀଳଗିରି ଅଞ୍ଚଳକୁ ଡକାଇ ସୁନା ବିସ୍କୁଟ ଦେଖାଇବା ସହ କ୍ରେତା ଜଣଙ୍କର ଡିଲ୍‌ ହୋଇଥିଲା। ପରେ କ୍ରେତା ଏହାକୁ କିଣିବା ପାଇଁ ନୀଳଗିରି ଅଞ୍ଚଳକୁ ଆସିଥିଲେ। ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଛଡ଼ାଇ ଫେରାର ହୋଇ ଯାଇଥିଲେ। ଏ ନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.