କୋଟପାଡ଼ ଠାରେ ଜ଼ିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର

add-all

କୋରାପୁଟ/କୋଟପାଡ଼ : କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ପରିସରରେ ଜ଼ିଲ୍ଲାପାଳ ମନୋଜ ସତ୍ଯୱାନ ମହାଜନଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରରେ ଗୋଷ୍ଠୀ ଗତ ଭାବେ 17 ଗୋଟି ଏବଂ ବ୍ୟକ୍ତିଗତ 29 ଟି ମୋଟ 46 ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା । ଶିବିରରେ ଉପ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ସବର, ଜ଼ିଲ୍ଲା ଆରୋକ୍ଷୀ ଅଧିକ୍ଷକ ରୋହିତ ବୋର୍ମା, ଜୟପୁର ଉପ ଜିଲ୍ଲାପାଳ ଆକବରମ ସସ୍ୟା ରେଡ୍ଡି, ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ ତାଣ୍ଡି, କୋଟପାଡ଼ ଗୋଷ୍ଟି ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ ଆଇଟିଡ଼ିଏ ଯନ୍ତ୍ରୀ ଚୈତନ୍ୟ ବାସେକେ, ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀ ଙ୍କ ସମେତ ଜ଼ିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l

ad-week
Leave A Reply

Your email address will not be published.