ନିସର୍ତ୍ତ ର ପ୍ରଭାବ, ଖଣି ବିଭାଗ ର ସାନ ମାଛ ପଡ଼ିଲା ବଡ଼ ମାଛ କେବେ…??

ଜୁନିଅର ମାଇନିଙ୍ଗ ଅଫିସର ହେଲେ ନିଲମ୍ବିତ……!

youtube

ଜିଲ୍ଲାରେ ବେନାମୀ ବାଲୁଘାଟ ସିଲ ହେବ କେବେ…??

ଗଞ୍ଜାମ ଜିଲ୍ଲାରେ ମାଇନିଙ୍ଗ ବିଭାଗ ଆଶୀର୍ବାଦ ରେ ଚୋରା ବାଲି ମାଫିଆ ସକ୍ରିୟ ….!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଧର ଧର ଛାଡ଼ ଛାଡ଼ ନୀତିରେ ଚୋରା ବାଲି ଲୁଟ ହେଉଛି। ଚୋରା ବାଲି ସମ୍ରାଟ ଓ ମାଫିଆ ମାନଙ୍କ ବୋଲକରା ପାଲିଟି କାର୍ଯ୍ୟ କରୁଛି ମାଇନିଙ୍ଗ ବିଭାଗ ବୋଲି ଚର୍ଚ୍ଚା ହୋଇ ଆସୁଥିଲା। ଜୁନିଅର ମାଇନିଙ୍ଗ ଅଫିସର ନିଲମ୍ବିତ ହେବା ପରେ ଆଜି ପ୍ରମାଣିତ ହୋଇଛି। ଗାଡ଼ି ଧରିବା ଛାଡିବା ମହଙ୍ଗା ପଡ଼ିଲା ସାନ ବାବୁଙ୍କୁ। କେଉଁ ଅଦୃଶ୍ୟ ଶକ୍ତି ଆଶୀର୍ବାଦ ରେ ଏବେ ବି କେନ୍ଦୁପଦର ବେଆଇନ ବାଲି ଘାଟ ଚାଲିଛି। ନିସର୍ତ୍ତ ରେ ରୀତିମତ କେନ୍ଦୁପଦର ବେଆଇନ ବାଲି ଘାଟରୁ ଚୋରା ବାଲି ଚାଲାଣ ସମ୍ପର୍କ ରେ ଖବର ପ୍ରକାଶ ହୋଇଆସୁଛି। ଗତ ଶୁକ୍ରବାର ଦିନ ମାଇନିଙ୍ଗ ବିଭାଗ ହାଇୱା ଓ ଜେସିବି ଗାଡ଼ି ଧରପଗଡ଼ କରି ଆସିକା ପୋଲିସ ଜିମାରେ ଉକ୍ତ ଗାଡ଼ି ହସ୍ତାନ୍ତର କରିବା ସନ୍ଧ୍ୟା ବେଳେ ପୁଣି ଉକ୍ତ ଜବତ ଗାଡ଼ି ପାର୍କିଙ୍ଗ ଓ ରେଷ୍ଟ ନେଇଥିବା ଦର୍ଶାଇ ଗାଡ଼ି ଛାଡିବାକୁ ପୋଲିସ କୁ ନିର୍ଦେଶ ଦେବା ଘଟଣା କୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ର ବିଷୟ ପାଲଟିଥିଲା। ଜୁନିଅର ମାଇନିଙ୍ଗ ଅଫିସର ଙ୍କୁ ବିଭାଗ ନିଲମ୍ବନ କରି ବଡ଼ ବାବୁ ମାନଙ୍କୁ ମାଫ କରିଥିବା କଥାକୁ ନେଇ ଜିଲ୍ଲାରେ ଜୋର ଦାର ଚର୍ଚ୍ଚା ହେଉଛି। ଚୋରା ବାଲି ଚାଲାଣ ବେଳେ ମାଇନିଙ୍ଗ ବିଭାଗ ର ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱ ରହୁଥିବା ଯୋଗୁଁ ପୋଲିସ ଦାୟିତ୍ୱ କେବଳ ଜବତ କରିବା ଛାଡ଼ିବା ରେ ସୀମିତ ହୋଇ ରହିଯାଇଛି। ଦେଖା ଯାଉ ଜାଲରେ ବଡ଼ ମାଛ କେବେ ପଡୁଛି ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଉଛି l ମନ୍ତ୍ରୀ ଙ୍କ ତାଗିତ ସତ୍ୱେ ଖଣି ବିଭାଗ ବାବୁ ମାନେ ବାଲି ମାଫିଆ କୁ ସାହାଯ୍ୟ କରିବା ଆଜି ଭାରି ପଡିଛି ଯାହାକୁ ନେଇ ବାଲି ମାଫିଆ ଙ୍କ ଗହଣ ରେ କକୁଆ ଭୟ ଖେଳି ଯାଇଛି l ଦେଖାଯାଉ ବଡ଼ ମାଛ କେବେ ଜାଲରେ ପଡୁଛି ତାହା ସମୟ ସାଫେକ୍ଷ୍ୟ…

Leave A Reply

Your email address will not be published.