ବସ୍-ବାଇକ ମୁହାଁମୁହିଁ, ୨ ଛାତ୍ର ମୃତ

add-all

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଦୁଇ ଛାତ୍ରଙ୍କର ଜୀବନ ଚାଲିଯାଇଛି। ସୂଚନାନୁଯାୟୀ, ଗୁରୁବାର ସକାଳେ ଦୁଇ ଜଣ ଯୁକ୍ତ ଦୁଇ ଛାତ୍ର ଗୁଡାରୀରୁ ବାଡ଼ିସୋଲାକୁ କଲେଜ ଆସୁଥିଲେ। ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ଲାଞ୍ଜିଗଡ଼ରୁ ବ୍ରହ୍ମପୁରକୁ ଯାଉଥିବା ଏକ ଘରୋଇ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲେ।

ଘଟଣାସ୍ଥଳରେ ଉଭୟ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ରାମନଗୁଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ଦୁଇ ଛାତ୍ର ଗୁଡାରି ସୌରା ସାହିର ଦେବେନ୍ଦ୍ର ଶବର (୨୧ ବର୍ଷ) ଏବଂ ଗୁଡାରି ଢେପାଗୁଡା ନିକଟସ୍ଥ ବଡଗୁଡାର ବିଷ୍ଣୁ ଶବର ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.