ଓଡ଼ଗାଁ ଲକ୍ଷ୍ମୀବଜାର ହନୁମାନ ଛକ ପରିଶ୍ରାଗାର ଜାମ୍ : ଦୁର୍ଗନ୍ଧରେ ଅଣ ନିଃଶ୍ୱାସୀ ଜନସାଧାରଣ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଲକ୍ଷ୍ମୀ ବଜାର ଡାକ୍ତରଖାନା ନିକଟସ୍ଥ ହନୁମାନ ଛକ ପରିଶ୍ରା ଗାର କୁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଏବଂ ପାଇପ ଗୁଡିକ ଜାମ ହୋଇଥିବାରୁ ପରିଶ୍ରା ଗାର ଏବେ ଅବ୍ୟବହୃତ ହୋଇ ପଡିବା ଫଳରେ ବଜାର ପାଇଁ ଏହା ଏକ ମୁଖ୍ୟ ସମସ୍ୟା ରୂପେ ଦେଖାଦେଇଛି।ବଜାରକୁ ଆସୁଥିବା ଲୋକେ ପରିଶ୍ରା ପାଇଁ ପାନୀୟ ଜଳ କେନ୍ଦ୍ର କାନ୍ଥରେ ପରିଶ୍ରା କରୁଛନ୍ତି । ପରିଶ୍ରା ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ଏନଏସି କତୃପକ୍ଷ ଏଥିପ୍ରତି ଧ୍ୟାନଦେଇ ଏହାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।

ad-week
Leave A Reply

Your email address will not be published.