
ଭୁବନେଶ୍ବର : ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ଭୁବନେଶ୍ବର ସତ୍ୟବିହାର ଅଞ୍ଚଳରେ ଜଳିଗଲା ବାର୍ । ହୁତୁହୁତୁ ହୋଇ ଜଳିଲା ବିଲଡିଂ, ଧୂଆମୟ ହେଲା ଅଞ୍ଚଳ । ଘଣ୍ଟାଏ କାଳ କସରତ ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ । ସ୍ଥିତି ଏମିତି ହୋଇଥିଲା ଯେ, ପାଖରେ ଥିବା ଫର୍ଣ୍ଣିଚର ଦୋକାନକୁ ବ୍ୟାପିଯାଇଥିଲା । ବହୁତଳ କୋଠାରେ ଅନେକ ବାଣିଜ୍ୟକ ପ୍ରତିଷ୍ଠାନ ଥିବାବେଳେ ଉପର ମହଲାରେ ଏକ ବାର ଚାଲୁଥିବାର ସୂଚନା ରହିଛି ।
ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ, ବିନା ଲାଇଲେନ୍ସରେ ଚାଲିଥିଲା । ବାରରେ ଅଗ୍ନି ନିରାପତ୍ତା ନେଇ କୌଣସି ବ୍ୟବସ୍ଥା ନ ଥିଲା । ଅଗ୍ନିକାଣ୍ଡ ଘଟି ରୁଫଟପରେ ଥିବା ବାର ସମ୍ପୂର୍ଣ୍ଣ ପୋଡ଼ିଯାଇଛି । ବାର୍ ଚଳାଇବା ପାଇଁ ବିଧିବଦ୍ଧ ଲାଇସେନ୍ସ ନଥିଲା । ଅବକାରୀ ବିଭାଗ ପକ୍ଷରୁ ଲାଇସେନ୍ସ ଦିଆଯାଇନଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଆକଳନ କରାଯାଇନାହିଁ ।