ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର…

add-all

ନୟାଗଡ଼: ନୟାଗଡ଼ ସଦର ମହକୁମାରେ ମେଡିକାଲ ପ୍ରତିଷ୍ଠା ନେଇ ଜୟ ନୟାଗଡ଼ ଫାଉଣ୍ଡେସନ ପକ୍ଷରୁ ସଂଗଠନର ପ୍ରତିଷ୍ଠାତା ସେଖ ଅବଦୁଲ ଆହାଦଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ନୟାଗଡ଼ ତହସିଲଦାର ରାକେଶ କେଶରୀ ସ୍ୱାଇଁଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ଆଗାମୀ ୨୦ ତାରିଖ ସନ୍ଧ୍ୟାରେ ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରୁ ପୂର୍ତ୍ତବିଭାଗ ଡାକବଙ୍ଗଳା ରୋଡ ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା ଆୟୋଜନ କରିବା ନିମନ୍ତେ ସଂଗଠନ ତରଫରୁ ସୂଚନା ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ମନୋଜ କୁମାର ସାହୁ, ସମାଜସେବୀ ଶ୍ରୀଧର ପ୍ରଧାନ, ସଂଗଠନର ସଂଯୋଜକ ଶ୍ରୀତମ କୁମାର ପ୍ରଧାନ, ଅମ୍ଳାନ ଅଂଶୁମାନ ସାହୁ, ସୁଶିଲ କୁମାର ସାହୁ, ଜୀବନ ଜ୍ୟୋତିପ୍ରକାଶ ରାଉତ, ଓମ୍ ପ୍ରସାଦ ପ୍ରଧାନ, ଆଶୀର୍ବାଦ ପ୍ରଧାନ, ରାକେଶ କୁମାର ସିଠ , କାହୁଁ ଚରଣ ଘଡେ଼ଇ, ଶୁଭମ କୁମାର ସଲ, ଅବଦୁଲ ଅଜିମ୍ ଖାଁ ପ୍ରମୁଖ ଯୋଗଦେଇଥିଲେ ।

nis-ad
Leave A Reply

Your email address will not be published.