ଜୁନିଅର ମାଇନିଙ୍ଗ ଅଫିସର ନିଲମ୍ବିତ ପରେ ବାଲି ମାଫିଆ ମାନଙ୍କ ଗୁପ୍ତ ବୈଠକ : ଆଗାମୀ ରଣନିତୀ ସମ୍ପର୍କ ରେ ଆଲୋଚନା….!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁବେଳେ ଚର୍ଚ୍ଚା ରେ ରହିଆସିଛି। ଚଳିତ ମାସ ୫ ତାରିଖ ଦିନ ଆସିକା କେନ୍ଦୁପଦର ବେଆଇନ ବାଲି ଘାଟରୁ ଚୋରା ବାଲି ଚାଲାଣ ସମୟରେ ମାଇନିଙ୍ଗ ବିଭାଗ ରାଜସ୍ୱ ଓ ପୋଲିସ ବିଭାଗ କୁ ଢାଲ କରି ୭ ହାଇୱା ୨ ଟି ଜେସିବି କୁ ଜବତ କରିଥିଲେ। ସକାଳେ ଜବତ କରି ପୋଲିସ ଜିମାରେ ଦେବା ପରେ ସନ୍ଧ୍ୟା ସମୟରେ ଅଦୃଶ୍ୟ ଶକ୍ତିର ଚାପରେ ପୋଲିସ କୁ ମାଇନିଙ୍ଗ ବିଭାଗ ପକ୍ଷରୁ ନିର୍ଦ୍ଧେଶ ହେଲା ଗାଡ଼ି ଛାଡ଼ି ଦେବା ପାଇଁ। ନିଜର ଚୌକି କୁ ସୁରକ୍ଷିତ ନରଖି ମାଇନିଙ୍ଗ ର ସାନ ବାବୁଙ୍କୁ ଗାଡ଼ି ଛାଡ଼ି ଦେବା ମହଙ୍ଗା ପଡ଼ିଲା। ବାବୁ ନିଲମ୍ବିତ ହେବା ପରେ ବାଲି ମାଫିଆ ଓ ସମ୍ରାଟ ମାନଙ୍କ ହୋସ ଉଡ଼ିଯାଇଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ନିକଟରେ ବାଲି ମାଫିଆ ମାନଙ୍କ ଏକ ଗୁପ୍ତ ବୈଠକ ବସିଥିଲା। ଆଗାମୀ ଦିନରେ ଚୋରା ବାଲି ଚାଲାଣ ସମ୍ପର୍କ ରେ ରଣ କୌଶଳ ପାଇଁ ଖସଡ଼ା ପ୍ରସ୍ତୁତ ହେବା ସହ ଖବର ପ୍ରକାଶ ଉପରେ ଅଙ୍କୁଶ ଲଗାଇବା ପାଇଁ ଆଲୋଚନା ହୋଇଥିବା ଜଣାପଡିଛି। ନିସର୍ତ୍ତ ରେ ଚୋରା ବାଲି ଚାଲାଣ ସମ୍ପର୍କ ରେ ରୀତିମତ ଖବର ପ୍ରକାଶ ହେଉଛି। ସରକାରୀ ବାବୁ ମାନଙ୍କ ଇସାରାରେ ଚୋରା ବାଲି ଚାଲାଣ କେମିତି ହେବ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ଥିବା ନେଇ ଚର୍ଚ୍ଚା ହୋଇ ଆସୁଛି। ଜବତ ବେଳେ କିଛି ଚତୁର ବାବୁ ମାନେ ଗାଡ଼ି ଜବତ ବେଳେ ବୋଝେଇ ହୋଇଥିବା ବାଲି ରାସ୍ତା କଡରେ ଢାଳି ଦେଇ ଖାଲି ଗାଡ଼ି ଥିବା ଦର୍ଶାଇ ଗାଡ଼ି ଜବତ ହେଲା କାଗଜ ପତ୍ର ଠିକ ଠାକ ଥିବା ଦର୍ଶାଇ ଛାଡ଼ି ଦେଉଥିବାର ନଜିର ରହିଛି। ବିନା ୱାଇ ଫର୍ମ ରେ ଚୋରାରେ ବାଲି ଚାଲାଣ ହେଉଛି। ଜବତ ପରେ କାଗଜ ପତ୍ର ସହିତ ୱାଇ ଫର୍ମ ରେ ପିଛଲା ସମୟ ବା ଦିନ ପକେଇ ଗାଡ଼ି ଛାଡିବାର ବାଟ କଢ଼ା ଯାଉଥିବା ନେଇ ଆଲୋଚନା ବି ହେଉଛି।ପୋଲିସ ଜଲକା ସାଜି ତାର କାର୍ଯ୍ୟ କରିବାକୁ ବାଧ୍ୟ ହେଉଛି। ଦେଖା ଯାଉ ସାନ ବାବୁ ନିଲମ୍ବିତ ହେବା ପରେ ବି କେନ୍ଦୁପଦର ବେଆଇନ ବାଲି ଘାଟ ଚାଲିଛି।

ad-week
Leave A Reply

Your email address will not be published.