ପୌରାଞ୍ଚଳର ବାସିନ୍ଦାଙ୍କୁ ସ୍ଥାୟୀ ରାଜସ୍ୱ ପଟ୍ଟା ପ୍ରଦାନ କାର୍ଯ୍ୟ ଲାଗି ଆସିକା ନାଗରିକ କମିଟି ଗଠିତ

youtube

ଆସିକା : ଆଜି ଅପରାହ୍ନରେ ଆସିକା ସୁନାମ୍ବ ସାହି ଜଗନ୍ନାଥ ମନ୍ଦିର ପରିସରରେ ଏକ ବୈଠକ ଗଙ୍ଗାଧର ଶତପଥିଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସରକାରଙ୍କୁ ଆସିକା ପୌରାଞ୍ଚଳର ସମସ୍ତ ମୌଜାର ଅଧିବାସୀଙ୍କୁ ସ୍ଥାୟୀ ଭୂ-ବନେ୍ଦାବସ୍ତ (ସର୍ଭେର୍ ସେଟେଲମେଣ୍ଟ) ରାଜସ୍ୱ ରୟତି ପଟ୍ଟା ଯୋଗାଇ ଦେବା ନେଇ ଆଲୋଚନା କରାଯାଇଥିଲା । ଏଥିପାଇଁ ଆଗାମୀ ଦିନରେ ସୁନାମ୍ବ ସାହି ଜଗନ୍ନାଥ ମନ୍ଦିର ଠାରୁ ଆସିକା ନାଗରିକମାନଙ୍କର ଏକ ଶୋଭାଯାତ୍ରା ନଗର ପରିକ୍ରମା କରି ଆସିକା ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳ ଓ ରାଜସ୍ୱ ଉପରିସ୍ଥ କର୍ମକର୍ତ୍ତାଙ୍କୁ ଦାବୀ ପତ୍ର ପ୍ରଦାନ କରିବାକୁ ସ୍ଥିର କରାଯାଇଥିଲା । ଗଙ୍ଗାଧର ଶତପଥିଙ୍କ ସଭାପତିତ୍ୱରେ ବୈଠକରେ ଆସିକା ପୌରାଞ୍ଚଳର ସମସ୍ତ ୱାର୍ଡରେ ରାଜସ୍ୱ ପଟ୍ଟା ପାଇଁ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି କରାଯାଇଛି । ପୌରାଞ୍ଚଳର ରାଜସ୍ୱ ପଟ୍ଟା କାର୍ଯ୍ୟକ୍ରମକୁ ଚଳାଇବା ପାଇଁ ଆସିକା ନାଗରିକ କମିଟି ନାମରେ ନାମିତ କରି ଏହାର କମିଟିରେ ସଭାପତି ଭାବେ ଆଇନଜିବୀ ଛବିଳରାମ ମିଶ୍ର, ସମ୍ପାଦକ ଶକ୍ତିପ୍ରସାଦ କର, ଉପଦେଷ୍ଟା ଭାବେ ସତ୍ୟନାରାୟଣ ରଥ, ଆଇନଜିବୀ ବିନୋଦ ପାଣିଗ୍ରାହୀ, ଆଇନଜିବୀ ନାରାୟଣ ମୁନୀ, ଅମଳା ସଂଘ ନେତା ପ୍ରସନ୍ନ କୁମାର ତ୍ରିପାଠୀ, ଆଇନଜିବୀ ସନ୍ତୋଷ କୁମାର ପାଣିଗ୍ରାହୀ, ଆଇନଜିବୀ ଦିଲିପ କୁମାର ପାଣିଗ୍ରାହୀ, ନିରୋଜ କୁମାର ପାଢୀ, ପଣ୍ଡିତ ଗଙ୍ଗାଧର ଶତପଥି, ପଣ୍ଡିତ ଉପେନ୍ଦ୍ର ନାଥ ମିଶ୍ର, ପଞ୍ଚାନନ ବିଷୋୟୀଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି । ସର୍ବପ୍ରଥମେ ସୁନାମ୍ବ ସାହି ୱାର୍ଡ ନଂ ୯ର ୱାର୍ଡ କମିଟିରେ କାହ୍ନୁ ଚରଣ ପାତ୍ର, ଅନୋଜ କୁମାର ପାଣିଗ୍ରାହୀ, ମନୋଜ କୁମାର ସାହୁ, ମନୋରଞ୍ଜନ ସାହୁ, ନିରଞ୍ଜନ ପଣ୍ଡା, ବଜେନ୍ଦ୍ର କୁମାର ପାତ୍ର, ବୃନ୍ଦାବନ ସାହୁଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ମନୋରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆସିକା ନଗରବାସୀଙ୍କୁ ଆସନ୍ତା ସୁନାମ୍ବ ଠାରୁ ହେବାକୁ ଥିବା ଶୋଭା ଯାତ୍ରାରେ ଯୋଗଦେବା ପାଇଁ ସଭାପତି ଅନୁରୋଧ କରି ବୈଠକ ସାଙ୍ଗ ହୋଇଥିଲା ।

Leave A Reply

Your email address will not be published.