ଗଞ୍ଜାମ ଜିଲ୍ଲାର ବିଧାୟକ ମାନଙ୍କ ସମ୍ପତ୍ତି ନିର୍ବାଚିତ ପରେ ବହୁ ମାତ୍ରାରେ ବଢିଛି, ୧୮ ମାସରେ ଏତିକି ତେବେ ୫ ବର୍ଷ ରେ କେତେ..??
ବଟି ଭାଇନା ଙ୍କ କଥା ନକହିବା ଭଲ…

ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି ସମ୍ପତି ର କିଛି ତାଲିକା..
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର କିଛି ବିଧାୟକ ମାନଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ବଢ଼ିବାରେ ଲାଗିଛି। ନିର୍ବାଚିତ ହେବା ପୂର୍ବରୁ ଶପଥ ପାଠରେ ଯେତିକି ସମ୍ପତ୍ତି ର ବିବରଣୀ ଦେଇଥିଲେ ବିଧାୟକ ମାନେ ଦେଢ଼ ବର୍ଷ ପରେ ଏବେ ଅମାପ ଅମାପ ସମ୍ପତ୍ତି l ଭାଇନା ମାନଙ୍କ ପାଖରେ ଏତେ ପରିମାଣ ର ସମ୍ପତି ଆସୁଛି କେଉଁଠାରୁ?। ଚାରିଚକିଆ ଯାନ ଠାରୁ ଏକର ଏକର ଜମି ଓ ଗୃହ ନିଜର ସମ୍ପର୍କୀୟ ବା ଉତ୍ତୋରାଧିକାରୀ ମାନଙ୍କ ନାଁ ରେ କ୍ରୟ କରାଯାଉଥିବା ସମ୍ପତ୍ତି ଓ ଜମି ଖରିଦ କରିବା ର ଡକ୍ୟୁମେଣ୍ଟ ଏବେ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି। ନାମୀ ଦଳରେ ଥିବା ଯୋଗୁଁ ଏଭଳି ବିଧାୟକ ମାନଙ୍କ ଉପରେ ନାଁ ଇଡି ନାଁ ଆଇଟି Expect ଛାପ ପଡିବା ବା ଛାଇ ପଡ଼ିବାର ସମ୍ଭାବନା ନାହିଁ। ଗଞ୍ଜାମ ଜିଲ୍ଲା ରେ ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ବଟି ଭାଇନା ବୋଲି ସମ୍ଭୋଧନ କଲେଣି ଜନତା l ସୂଚନା ଥାଉକି ଜଣେ ବିଧାୟକ ଙ୍କ ବଟି ମାଗିବା ଅଡିଓ ଭାଇରଲ ହେବା ପରେ ବି ସରକାର ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦେଶ ଦେଇ ଚୁପ ପୁଣି ଭିଜିଲାନ୍ସ ତଦନ୍ତ ଅଧିକାରୀ ଫାଇଲ କୁ ନାଲି ଫିତା ତଳେ ଦାବୀ ଦେଇଥିଲେ l ଯେମିତି ଦେଖା ଯାଉଛି ୧୮ ମାସରେ ଏତିକି ତେବେ ୫ ବର୍ଷ ରେ କେତେ ହେବ ବୋଲି ଲୋକେ ଚର୍ଚ୍ଚା କଲେଣି l ଇ ଭି ଏମ ପାଇଁ ଏମାନେ ଆଉ ଇନ୍ଦ୍ରଚନ୍ଦ୍ର ମାନୁ ନାହାନ୍ତି କାହାକୁ ବି ଖାତିର ନାହିଁ ଏବେ ସ୍ପଷ୍ଟ ହେଲାଣି ଲୋକ ଭୋଟ ଦେଲେ ହେଲା ନ ଦେଲେ ବି ହେଲା l କୌଣସି ତଦନ୍ତ ଏମାନଙ୍କ କିଛି କରି ପାରିବେ ନାହିଁ ଯାହା ବିଜେଡି ଶାସନ ରେ ଥିଲା ତାହାଠୁ ପଦେ ଆଗକୁ ଗତି କଲାଣି ବିଜେପି ବୋଲି ଏବେ ଚର୍ଚ୍ଚା l ଦୁର୍ନୀତି ବିରୋଧ ରେ କଡା ପଦକ୍ଷେପ ନିଆ ଯିବ ବୋଲି ସରକାର ଡିମଡ଼ିମା ପିଟୁ ଛନ୍ତି ତେବେ ବିଧାୟକ ମାନଙ୍କ ଦୁର୍ନୀତି ବିରୋଧ ରେ ସରକାର କଣ ପଦକ୍ଷେପ ନେଇଛନ୍ତି..? ଭିଜିଲାନ୍ସ, ଇଡି ନାଁ ଆଇଟି ବର୍ତ୍ତମାନ ସରକାର ଙ୍କ ପୋଷା କୁକୁର ବୋଲି ବିଭିନ୍ନ ଖଟିରେ ଆଲୋଚନା l ଗତ ସରକାର ଏତେ ବର୍ଷ ରେ ଯାହା କରିନଥିଲେ ଏହି ସରକାର ୧୮ ର ମାସରେ ଜଣେ ଜଣେ ବିଧାୟକ ଠୁଳ କରି ଚାଲିଛନ୍ତି ବୋଲି ଲୋକେ କହିଲେଣି l ଦେଖାଯାଉ ଆଗକୁ କଣ ହେଉଛି ତାହା ସମୟ କହିବ…