ନେତାଙ୍କ ଢାଞ୍ଚା ରେ ଅମଲା : ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ବାବୁ ଏବେ ବାକ୍ୟବୀର,ଲୋକଙ୍କ ସେବା କୁ ପଚାରେ କିଏ ? ..!

youtube


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ନେତାଙ୍କ ସ୍ୱର ସହ ତାଳ ମିଳେଇ ସରକାରୀ ବାବୁ ମାନେ ବର୍ତ୍ତମାନ ବାକ୍ୟବୀର ପାଲଟିଛନ୍ତି। ଡ଼ବଲ ଇଞ୍ଜିନ ଆସିବା ପରେ ଭୁବନେଶ୍ୱର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ନେତା ମାନେ କେବଳ ବାକ୍ୟବୀର ର ମାନ୍ୟତା ପାଇଛନ୍ତି। କାମ ଶୂନ କଥା ବେଶୀ ଭଳି କେବଳ ଭାଷଣ ବାଜୀ ରେ ଉନ୍ନୟନ କାର୍ଯ୍ୟ ସୀମିତ ରହିଯାଉଛି। ଏହାକୁ ଫୋଲୋ କରି ବାବୁ ମାନେ ଯାହା କହୁଛନ୍ତି କେବଳ କାଗଜ କଲମ ରେ ସୀମିତ ରହିଯାଉଛି। ନେତାଙ୍କ ସହ ତାଳ କୁ ତାଳ ମିଳେଇ ସବୁ କାର୍ଯ୍ୟ ସଫଳ ହେବ ଅଲବତ ହେବ କହିବା କେବଳ ବାକ୍ୟ ରେ ରହିଯାଉଛି। ଜିଲ୍ଲାର ପ୍ରତେକ ସହରରେ ଟ୍ରାଫିକ ସମସ୍ୟା ସାଙ୍ଗକୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଠପ ହୋଇଯାଇଛି। ବିଜେଡ଼ି ସରକାର ସମୟରେ ଅର୍ଥ ବରଦା ହୋଇଥିବା କାର୍ଯ୍ୟାଦେଶ ଗୁଡ଼ିକ କେବଳ କାଁ ଭାଁ ଚାଲିଥିବା ଦେଖିବାକୁ ମିଳୁଛି। ସାଧାରଣ ଲୋକଙ୍କୁ ଡବଲ ଇଞ୍ଜିନ ଡବଲ ଦର ବୃଦ୍ଧି କରିବା ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକିଲେଣି। ସରକାର ସହିତ ବାବୁ ମାନେ ବି କେବଳ ବାକ୍ୟବୀର ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ସାଧାରଣ ଲୋକଙ୍କ ସମସ୍ୟା ବୁଝିବାକୁ କି ଶୁଣିବାକୁ ସମୟ ନାହିଁ l ଧର୍ମକୁ ଆଖିଠାର ନୀତିରେ ଚାଲିଛି ବାବୁମାନଙ୍କ ଜନ ଶୁଣାଣି କହିଲେ କିଛିବି ଭୁଲ ହେବ ନାହିଁ l କିରାଣୀ ଠାରୁ ବାବୁ ପ୍ରଯ୍ୟନ୍ତ ଦୁର୍ନୀତି ରେ ଉବୁଟୁବୁ l ବିନା ବଟିରେ କାର୍ଯ୍ୟ ହେଉନଥିବା ଅନେକ ଅଭିଯୋଗ ଶୁଣିବାକୁ ମିଳୁଛି l ଜିଲ୍ଲାର ମୁଖିଆ ଙ୍କୁ ଅନ୍ଧାର ରେ ରଖି କିରାଣୀ ମାନେ କାର୍ଯ୍ୟ କରୁଛନ୍ତି l ନେତାଙ୍କ ପରି ବାବୁ ମାନେ ସିଧା ବଟି ଖାଇ ନିଜ ଚୌକି ମାଡି ବସିଛନ୍ତି ଯେମିତି କୋଳି ଖାଇ ମଞ୍ଜି ପୋତିଛନ୍ତି ଜିଲ୍ଲାରେ l ଜିଲ୍ଲାର ବାବୁ ମାନେ ଜଣେ ଜଣେ କୁବେର ଏଠାରେ ଭିଜିଲାନ୍ସ ବିଭାଗ ମଧ୍ୟ କୋମାରେ l ନିରୀହ ଲୋକଙ୍କ ସମସ୍ୟା ବୁଝିବ କିଏ ଜିଲ୍ଲା ରେ ଚାଲିଛି ତେଲିଆ ମୁଣ୍ଡ ରେ ତେଲ ନୀତି l ତେଣୁ ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲା ପ୍ରତି ଧ୍ୟାନ ଦେବାକୁ ସଚେତନ ନାଗରିକ ମହଲ ରୁ ଦାବୀ ହୋଉଛି l

Leave A Reply

Your email address will not be published.