
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ ଓ ଦୁର୍ଗାପାଙ୍ଗା ସେକ୍ସନର କିଛି ଅଞ୍ଚଳରେ ଉତ୍ପାତ କରୁଛନ୍ତି ୮ଟିକିଆ ହାତୀ ପଲ । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଅଞ୍ଚଳରୁ ୮ଟିକିଆ ହାତୀପଲ ଲାସେରୀ ଓ ଦୁର୍ଗାପାଙ୍ଗା ଅଞ୍ଚଳକୁ ପଶି ଆସିଥିବା ବେଳେ ଅଞ୍ଚଳର କିଛି ଚାଷୀଙ୍କ କପା, ବିରି,ମୁଗ ଆଦି ଫସଲ ହାତୀପଲ ନଷ୍ଟ କରିଥିବା ସୂଚନା ମିଳିଛି । ସେପଟେ ହାତୀର ଗତିପଥ ଉପରେ ତୀକ୍ଷ୍ଣ ନଜର ରଖିବା ସହ ହାତୀ ଘଉଡ଼ାଇବାକୁ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି । ଅନ୍ୟପଟେ ଅଞ୍ଚଳବାସୀଙ୍କୁ ସଚେତନ କରାଇବା ସହ କ୍ଷୟକ୍ଷତିର ଆକଳନ କରୁଛି ବନବିଭାଗ ।