ନକଲି ସିମ କାର୍ଡ ବିକ୍ରି; ୨ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

add-all

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ ବିକ୍ରି କରୁଥିବା । ଦୋକାନୀ ସନ୍ତୋଷ ଖଣ୍ଡାଇକୁ ଦିଲ୍ଲୀ ପୁଲିସ ଶୁକ୍ର ଶୁକ୍ରବାର ଗିରଫ କରିଛି ସ୍ଥାନୀୟ ପୁଲିସ ସହାୟତାରେ ଗୁରୁବାର ଅପରାହ୍ନରେ ମନୋଜ କୁମାରଙ୍କ ନେତୃତ୍ୱରେ ଦିଲ୍ଲୀ ପୁଲିସର ଏକ ଦଳ ଅଭିଯୁକ୍ତ ସନ୍ତୋଷକୁ ଥାନାକୁ ଆଣି ପଚରାଉଚରା କରିଥିଲା। ଶୁକ୍ରବାର ନକଲି ମୋବାଇଲ ବିକ୍ରି ଲିଙ୍କ୍‌ରେ ବନ୍ତ ସବଇନ୍ସପେକ୍ଟର ଥାନା ଅଞ୍ଚଳର ଗଭିଗହିଆ ତରାଗୋ ଗ୍ରାମର ଅଜୟ ଓରଫ ମହେଶ୍ଵର ପୁଣ୍ଟିଆକୁ ଦିଲ୍ଲୀ ପୁଲିସ ଗିରଫ କରିଥିଲା। ଉଭୟଙ୍କୁ ଭଦ୍ରକ କୋର୍ଟର ଟ୍ରାଞ୍ଜିଟ ରିମାଣ୍ଡ ଅନୁମତି ଅନୁମତିରେ ଦିଲ୍ଲୀ ନିଆଯାଇଛି। ନୂତମ ତନ ସିମ କାର୍ଡ କିଣିବାକୁ ଆସୁଥିବା ଗ୍ରାହକଙ୍କ ଆଧାରକାର୍ଡ ଉପଯୋଗ କରି ସେହି ଗ୍ରାହକଙ୍କ ଅଜାଣତରେ ଏକକାଳୀନ ବହୁ ସିମ କାର୍ଡ ଆକ୍ଟିଭ କରାଯାଉଥିଲା।

ଆକ୍ଟିଭ ହୋଇଥିବା ଅନ୍ୟ ସିମ କାର୍ଡକୁ ଉଚ୍ଚ ଦରରେ ବେନାମୀ ଲୋକଙ୍କୁ ବିକ୍ରି କରାଯାଉଥିଲା ବୋଲି କୁହାଯାଇଛି । ଏଭଳି ବିକ୍ରି ହୋଇଥିବା ବେନାମୀ ସିମ କାର୍ଡ ଅପରାଧିକ କାର୍ଯ୍ୟରେ ଉପଯୋଗ ହେଉଥିଲା। । ଦିଲ୍ଲୀ ସାହିନବାଗ ଥାନାରେ ରୁଜୁ ହୋଇଥିବା ଏକ ମାମଲାର ଅଭିଯୁକ୍ତ ଠାରୁ ସନ୍ତୋଷ ବିକ୍ରି କରିଥିବା ବେଆଇନ ସିମକାର୍ଡ ଜବତ ହେବା ପରେ ସନ୍ତୋଷ ପୁଲିସ ସ୍କାନରକୁ ଆସିଥ୍‌ଲା। ସାହିନ ବାଗ ଥାନାରେ ଗିରଫ ହୋଇଥିବା ଅଭିଯୁକ୍ତ ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ବୋଲି ଜଣାଯାଇଛି।

ad-week
Leave A Reply

Your email address will not be published.