ଓଡିଶା ରେଡକ୍ରସ ଶାଖା ପକ୍ଷରୁ ପୀଡ଼ିତଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ

add-all

ମାଲକାନଗିରି : ଓଡିଶା ରେଡକ୍ରସ ଶାଖା ପକ୍ଷରୁ ଏମଭି ୨୬ ଗ୍ରାମର ପୀଡ଼ିତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ଆଜି ଏକ ସ୍ଵତନ୍ତ୍ର ଟ୍ରକ୍ ଯୋଗେ ଭୁବନେଶ୍ୱର ରୁ ରିଲିଫ୍ ସାମଗ୍ରୀ ବୋଝେଇ ଏକ ଟ୍ରକ୍ ଏମଭି ୨୬ ଗ୍ରାମ ପହଞ୍ଚିଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଉପସ୍ଥିତ ରହି ଏମଭି ୨୬ ଗ୍ରାମର ପୀଡିତ ମାନଙ୍କୁ ବିଭିନ୍ନ ରିଲିଫ୍ ସାମଗ୍ରୀ ବଣ୍ଟନ କରିଛନ୍ତି। ଆଜି ଏମଭି ୨୬ ଗ୍ରାମର ସମୁଦାୟ ୧୯୮ ପରିବାରଙ୍କୁ ଏହି ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ଆଜି କମ୍ବଳ, କିଚେନ୍ ସେଟ୍, ଟାରପଲିନ୍, ଶାଢ଼ୀ, ଗାମୁଛା, ଲୁଙ୍ଗି, ବାଲ୍ଟି, ମଗ୍, ଜାରକିନ୍ ସମେତ ୨ ରୁ ୩୦ ବର୍ଷୀୟ ଙ୍କ ପାଇଁ ପୋଷାକ ବଣ୍ଟନ କରାଯାଇଛି। କୋରକୁଣ୍ଡା ବିଡିଓ ଓ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୁନା ତୁରୁକ୍ ଉପସ୍ଥିତ ରହି ସମସ୍ତ ରିଲିଫ୍ ବଣ୍ଟନ କାର୍ଯ୍ୟ ତଦାରଖ କରିଥିଲେ। ଜିଲ୍ଲା ରେଡକ୍ରସ ଶାଖା ସଦସ୍ୟ ମାନେ ମଧ୍ଯ ଉପସ୍ଥିତ ରହି ରିଲିଫ୍ ସାମଗ୍ରୀ ବଣ୍ଟନରେ ସହାୟତା କରିଥିଲେ। ପୂର୍ବରୁ ମଧ୍ଯ ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଡିତ ମାନଙ୍କୁ କମ୍ବଳ, ଶାଢ଼ୀ, ଲୁଙ୍ଗି, ଗାମୁଛା, ବିଛଣା ଓ ପଲିଥିନ ଯୋଗାଇ ଦିଆ ଯାଇଥିଲା। ଆଜି ମଧ୍ଯ ସମସ୍ତଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ଆରଏଫ୍ ବାହିନୀ ପକ୍ଷରୁ ଏମଭି ୨୬ ରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଗ୍ରାମରେ ଶାନ୍ତି ଫେରିଛି। ଗ୍ରାମବାସୀ ନିଜ ନିଜ ଘରକୁ ଫେରିଛନ୍ତି। ଆଜି ଲୋକସଭା ସାଂସଦ ବଳଭଦ୍ର ମାଝୀ ମାଲକାନଗିରି ଗସ୍ତ କରିଛନ୍ତି । ସର୍କିଟ ହାଉସ୍ ଠାରେ ଜିଲ୍ଲାପାଳ ଓ ଏସ୍ପି ଙ୍କ ଉପସ୍ଥିତିରେ ଏମପି ଆଦିବାସୀ ସମାଜ ଓ ବଙ୍ଗାଳୀ ସମାଜ ସହ ପୃଥକ୍ ପୃଥକ୍ ଭାବେ ଆଲୋଚନା କରିଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ କିଣା କୁ ୭ ଦିନ ପାଇଁ ସ୍ଥଗିତ ରଖାଯାଇଛି। ଡ଼ିସେମ୍ବର ୨୪ ରୁ ଜିଲ୍ଲା ରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.