କେନାଲ ଖୋଳାକୁ ନେଇ ପ୍ରଶାସନ-ଗ୍ରାମବାସୀ ଧସ୍ତାଧସ୍ତି, ୪୦ ଜଣକୁ ଉଠାଇଲା ପୋଲିସ

youtube

ବ୍ରହ୍ମଗିରି : କେନାଲ ଖୋଳାକୁ ନେଇ ଉତ୍ତେଜନା । ବ୍ରହ୍ମଗିରିରେ କେନାଲ ଖୋଳାକୁ ନେଇ ପ୍ରଶାସନ ଓ ଗ୍ରାମବାସୀ ମୁହଁମୁହିଁ । ପୋଲିସ ସହ ଧସ୍ତାଧସ୍ତି । ୪୦ ଜଣ ମହିଳା ଓ ପୁରୁଷଙ୍କୁ ଉଠାଇ ନେଲା ପୋଲିସ । ୭ ପ୍ଲାଟୁନ ଫୋର୍ସ ଓ ୧୫ ଜଣ ଅଫିସର ମୁତୟନ ଅଛନ୍ତି। ହରିଦାସପୁର ଗ୍ରାମବାସୀଙ୍କ ରାସ୍ତା ଅବରୋଧ ଓ କେନାଲ ଖୋଳାକୁ ବିରୋଧ । ବିଗତ ୩୦ ବର୍ଷ ଧରି ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟି ପଞ୍ଚାୟତ ହରିଦାସ ଗ୍ରାମ ଏବଂ କୁସୁବେଣ୍ଟି ଗ୍ରାମ ମଧ୍ୟରେ ପାଣି ନାଳକୁ ନେଇ ବିବାଦ ରହି ଆସିଛି ।

Leave A Reply

Your email address will not be published.