
ଭୁବନେଶ୍ବର : କଂଗ୍ରେସରୁ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ବହିଷ୍କୃତ। କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ମହମ୍ମଦ ମୋକିମ ବହିଷ୍କୃତ। ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବହିଷ୍କୃତ । AICC ପକ୍ଷରୁ ନିଆଗଲା କାର୍ଯ୍ୟାନୁଷ୍ଠାନ । ରାହୁଲ ଗାନ୍ଧି ଓ ଖଡ୍ ଗେଙ୍କ ନେତୃତ୍ବ ନେଇ ପ୍ରଶ୍ନ ଉଠାଇଥିଲେ ମୋକିମ । ୪ ଦିନ ତଳେ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ ମୋକିମ ।
ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯିବା ଘଟଣାରେ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ଯେ ମୋକିମଙ୍କର କଂଗ୍ରେସ ପ୍ରତି ଅବଦାନ ବହୁତ ରହିଛି। ୧୯୮୦ ମସିହା ପରଠାରୁ କଟକ ବିଧାନସଭା ଆସନରେ କେବେ କଂଗ୍ରେସ ଜିତି ପାରିନଥିଲା। କିନ୍ତୁ୨୦୧୯ମସିହାରେ ମୋକିମ ନିଜେ ସେହି ଆସନରେ ଜିତିଥିଲେ।ବର୍ତ୍ତମାନ ସେହି ଆସନରେ ବିଧାୟିକା ଅଛନ୍ତି ତାଙ୍କ ଝିଅ ସୋଫିଆ। ଲଗାତର ମୋକିମଙ୍କ ସହଯୋଗରେ ୨ଥର କଟକ ଆସନରେ କଂଗ୍ରେସ ଜିତିଛି। ନୂଆପଡା ନିର୍ବାଚନ ସମୟରେ ଭକ୍ତ ଦେଇଥିବା ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଆବଶ୍ୟକତା ନାହିଁ ମନ୍ତବ୍ୟକୁ ମୋକିମଙ୍କୁ ବାଧିଛି। ନୂଆପଡ଼ାକୁ ନେଇ ଯେପରି କୁହାଯାଉଛି ସେପରି କୁହାଯିବାର ନଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋକିମ ଯେଉଁ ଚିଠି ଅଲ୍ ଇଣ୍ତିଆ କଂଗ୍ରେସ କମିଟି କୁ ଲେଖିଛନ୍ତି ତାଙ୍କ ଚିଠିରେ କିଛି ସତ୍ୟତା ଥାଇପାରେ। ମୋକିମଙ୍କ ପରି ବ୍ୟକ୍ତିଙ୍କର ଆମଦଳରେ ଆବଶ୍ୟକତା ରହିଛି। କଂଗ୍ରେସ ପ୍ରତି ତାଙ୍କର ଦୁର୍ବଳତା ରହିଛି, ତାଙ୍କୁ ବୁଝାଇ ଦଳକୁ ଅଣାଯିବା ଦରକାର। ମାତ୍ର ସେ ଯେପରି ଭାବରେ ଗଣମାଧ୍ୟମକୁ ଯାଇ ମନ୍ତବ୍ୟ ଦେଇଛନ୍ତି,ତାହା ଠିକ୍ ନୁହେଁ।