ବସ୍-ଟ୍ରକ୍ ମୁହାଁମୁହିଁ ; ୪ମୃତ, ୧୧ ଆହତ

youtube

ଉତ୍ତରପ୍ରଦେଶ : ପୁଣି ଉତ୍ତରପ୍ରଦେଶ ବସ୍ତିର ନ୍ୟାସନାଲ ହାଇୱେ-୨୮ ରେ ବଡ଼ ଦୁର୍ଘଟଣା ଘଟିଛି । ଏପରି ଘଟଣା ଆଜି ସକାଳୁ ଦେଖିବାକୁ ମିଳିଛି । ଯେଉଁ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ୧୧ ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ତୀର୍ଥଯାତ୍ରୀବାହୀ ବସ୍ ଓ ଟ୍ରକର ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ପୋଲିସ ପ୍ରଶାସନ ପହଞ୍ଚିଛି ।

ସୂଚନାନୁଯାୟୀ, ଏହି ଦୁର୍ଘଟଣା କୋତୱାଲି ପୋଲିସ ଷ୍ଟେସନ ଅଧୀନରେ ଥିବା ବସ୍ତି-ବରଗଡୱା ରୋଡର ହରଡିଆ ଛକ ନିକଟରେ ଘଟିଛି । ତୀର୍ଥଯାତ୍ରୀ ବସଟି ସନ୍ଥ କବୀର ନଗରରୁ ଆଜମେର ଯାଉଥିବା ସମୟରେ ନିୟନ୍ତ୍ରଣ ହରାଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ବସର ସାମ୍ନା ଭାଗ ସମ୍ପର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ମୃତଦେହଗୁଡିକ ଗାଡ଼ି ଭିତରେ ଫସି ରହିଥିଲା । ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ଜିଲ୍ଲା ମାଜିଷ୍ଟ୍ରେଟ୍, ପୋଲିସ ଅଧୀକ୍ଷକ ଏବଂ ପୋଲିସ ଉପ-ନିରୀକ୍ଷକ (ଡିଆଇଜି) ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।  ପୋଲିସ ପ୍ରଶାସନ ତୁରନ୍ତ ଆହତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣା ହେବାରୁ ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା । କିନ୍ତୁ ଏବେ ପୁଣି ଯାତାୟତ ଆରମ୍ଭ ହୋଇଛି ।

ଅନ୍ୟପଟେ ମୃତକଙ୍କ ପରିବାରକୁ ସୂଚନା ଦିଆଯିବା ସହିତ ପରବର୍ତ୍ତୀ ସମୟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

Leave A Reply

Your email address will not be published.