
ଆମେରିକା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି । ‘ଫେଣ୍ଟାନିଲ୍’ ନାମକ ମାରାତ୍ମକ ଡ୍ରଗ୍ସକୁ ‘ଗଣ ବିନାଶକ ଅସ୍ତ୍ର’ ବା ୱେପନ୍ ଅଫ୍ ମାସ୍ ଡେଷ୍ଟ୍ରକସନ୍ ଭାବେ ଘୋଷଣା କରିଛନ୍ତି । ଟ୍ରମ୍ପ କହିଛନ୍ତି ଫେଣ୍ଟାନିଲ୍ କେବଳ ଏକ ନିଶା ନୁହେଁ, ବରଂ ରାସାୟନିକ ଅସ୍ତ୍ର । ମାତ୍ର ୨ ମିଲିଗ୍ରାମ ଫେଣ୍ଟାନିଲ୍ ଜଣେ ମଣିଷର ଜୀବନ ନେବା ପାଇଁ ଯଥେଷ୍ଟ । ଏହା ଦେଶର ସୁରକ୍ଷା ପାଇଁ ଏକ ବଡ଼ ବିପଦ । ଏହି ନିଶା କାରବାରରୁ ମିଳୁଥିବା ଟଙ୍କା ବଡ଼ ବଡ଼ ଅପରାଧୀ ଗୋଷ୍ଠୀ ଓ ଆତଙ୍କବାଦୀଙ୍କ ପାଖକୁ ଯାଉଛି । ଏହା ବୋମା ଠାରୁ ଭୟଙ୍କର । ବୋମା ଏତେ କ୍ଷତି କରୁନି, ଯାହା ଏହି ନିଶା କରୁଛି। ଅଧିକାଂଶ ମୃତ୍ୟୁ ଏହି ନିଶା ସେବନ ଯୋଗୁଁ ହେଉଛି । ନିଶା କାରବାର ରୋକିବା ପାଇଁ ଆମେରିକା ସେନା ଓ ଅନ୍ୟ ବଡ଼ ସଂସ୍ଥାମାନେ ମିଶି କାମ କରିବେ।
ବିଶେଷକରି ଚୀନ୍, ମେକ୍ସିକୋରୁ ଆସୁଥିବା ନିଶା ଉପରେ କଡ଼ା ନଜର ରଖାଯିବ। ବିଶେଷଜ୍ଞଙ୍କ ମତରେ ଏହା କେବଳ ରାଜନୈତିକ ଘୋଷଣା । ବାସ୍ତବରେ ଏହାକୁ ଯୁଦ୍ଧରେ ଅସ୍ତ୍ର ଭାବେ ବ୍ୟବହାର କରାଯାଇନାହିଁ, କିନ୍ତୁ ନିଶା ସେବନ ଜନିତ ମୃତ୍ୟୁ ରୋକିବା ପାଇଁ ଏହା ଏକ କଠୋର ପଦକ୍ଷେପ ବୋଲି କୁହାଯାଉଛି ।