ଲିଓନେଲ ମେସିଙ୍କ କାର୍ଯ୍ୟକ୍ରମରେ ବିଭ୍ରାଟ, ଇସ୍ତଫା ଦେଲେ ପଶ୍ଚିମବଙ୍ଗ ଖେଳମନ୍ତ୍ରୀ ଅରୁପ ବିଶ୍ବାସ

youtube

କୋଲକତା : ପଶ୍ଚିମବଙ୍ଗ ଖେଳମନ୍ତ୍ରୀ ଅରୁପ ବିଶ୍ବାସ ଇସ୍ତଫା ଦେଇଛନ୍ତି । ଲୋକପ୍ରିୟ ପୁଟବଲ ଖେଳାଳି ଲିଓନେଲ ମେସିଙ୍କ କାର୍ଯ୍ୟକ୍ରମରେ ହୋଇଥିବା ବିଭ୍ରାଟ ନେଇ ଖେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିଜର ଇସ୍ତଫାପତ୍ର ଦେଇଛନ୍ତି । ଟିଏମସିର ପ୍ରବକ୍ତା କୃ ଣାଲ ଘୋଷ ମନ୍ତ୍ରୀଙ୍କ ଇସ୍ତଫାପତ୍ରକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଇସ୍ତଫା ପତ୍ରରେ ଖେଳମନ୍ତ୍ରୀ ଲେଖିଛନ୍ତି, ଏହି ଘଟଣାରେ ନିଷ୍ପେକ୍ଷ ଏବଂ ସ୍ବତନ୍ତ୍ର ଯାଞ୍ଚ କରିବା ପାଇଁ ନିଜ ପଦ ଛାଡୁଛି । ମେସିଙ୍କ ଇଭେଣ୍ଟ ସମୟରେ ଗଣ୍ଡଗୋଳ ଏବଂ ଭଙ୍ଗାରୁଜା ମାମଲାରେ ପଶ୍ଚିମବଙ୍ଗ ସରକାର ଡିଜିପ ରାଜୀବ କୁମାର, ବିଧାନଗର ସିପି ମୁକେଶ କୁମାର ଏବଂ ଖେଳ ବିଭାଗର ପ୍ରମୁଖ ସଚିବ ରାଜେଶ କୁମାର ସିହ୍ନାଙକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ଏମାନେ ଇଭେଣ୍ଟ ଦିନ ନିଜ ଦାୟିତ୍ବ ଏବଂ କର୍ତ୍ତବ୍ୟରେ ଅବହେଳା ଯୋଗୁଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ମାମଲାର ଯାଞ୍ଚ ପାଇଁ ଏକ ସ୍ପେଶାଲ ଟିମ ଗଠନ କରାଯାଇଛି ।

Leave A Reply

Your email address will not be published.