ଗଞ୍ଜାମ ଜିଲ୍ଲା ରେ ବେଆଇନ ବାଲିଘାଟ ଉପରେ ଚଢ଼ାଉ କେବେ..? : ଆସିକା ଆଲିପୁର,ପଥରା ବେଆଇନ ବାଲି ଘାଟରୁ ପ୍ରଶାସନ ନାଁ ରେ ହେଉଛି ଅର୍ଥ ଆଦାୟ ….!

newyr25

ମାଫିଆ ମାନଙ୍କ ହାତରେ ହେଉଛି ବଟି ଆଦାୟ….! ପ୍ରଶାସନ ସବୁ ଦେଖି ସବୁ ଜାଣି ନୀରବ..

କୁଆଡେ ଗଲା ପୋଲିସ ର ଅପରେସନ ଧର ପଗଡ଼..??

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମାଳ ମାଳ ବେଆଇନ ବାଲି ଘାଟ ପ୍ରଶାସନ ସବୁ ଜାଣି ନୀରବ କାହିଁକି ବୋଲି ସାଧାରଣ ରେ ପ୍ରଶ୍ନ ଉଠିଲାଣି l ଖଣି ବିଭାଗ ଏବଂ ପୋଲିସ ର ତତ୍ତ୍ୱଧାନରେ ଏପରି ବେଆଇନ ବାଲି ଘାଟ ଚାଲିଛି ବୋଲି ଏବେ କଥା ହାଟରୁ ଆସି ଦଣ୍ଡରେ ଗଡ଼ିଲାଣି l ଯେମିତି ମନେ ହେଉଛି ଗଞ୍ଜାମ ପ୍ରଶାସନ କୋମା କୁ ଚାଲିଯାଇଛି l ସୂଚନା ଥାଉକି ଆସିକା କେନ୍ଦୁପଦର ବେଆଇନ ବାଲୁ ଘାଟ ପରେ ପୁଣି ଏକ ଆସିକା ବ୍ଲକ ଅନ୍ତର୍ଗତ ଆଲିପୁର ନିକଟସ୍ଥ ପଥରା ବେଆଇନ ବାଲି ଘାଟରୁ ସହ ସହ ଟ୍ରାକ୍ଟର ରେ ବାଲି ଚାଲାଣ ହେଉଛି। ଦିନ ରାତି ପାଳି ପାଳି କରି ରାଜସ୍ବ, ପୋଲିସ ଓ ଖଣି ବିଭାଗ କୁ ମାସିଆରି ବଟି ଦେବା ନାଁ ରେ କିଛି ମାଫିଆ ପ୍ରକୃତି ର ଯୁବକ ମାନେ ଗୋଟିଏ ଟ୍ରାକ୍ଟର ରୁ ୫୦୦ ଟଙ୍କା ଲେଖାଏଁ ଅର୍ଥ ଆଦାୟ କରୁଥିବା ଚର୍ଚ୍ଚା ହୋଇ ଆସୁଛି। ମାସିକ ଲକ୍ଷ ଲକ୍ଷ ଟଙ୍କା କିଏ ଆଦାୟ କରୁଛି…? ତାହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି l ରାଜନୈତିକ ନେତାଙ୍କ ଛତ୍ର ଛାୟା ତଳେ ରହି ବେକାର ଯୁବକ ମାନଙ୍କ ଜରିଆରେ ଏହି ବେଆଇନ ବାଲି ଘାଟରୁ ଅର୍ଥ ଆଦାୟ କରାଯାଉଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ଗାଁ ଲୋକେ ଅଭିଯୋଗ କଲେ ପୋଲିସ ପକ୍ଷରୁ କାଁ ଭାଁ ଚଢ଼ାଉ ହେଉଛି। ଖଣି ମନ୍ତ୍ରୀ ଏବଂ ପୋଲିସ ଡି ଜି. ପି ଙ୍କ କଡା ଆଭିମୁଖ୍ୟ ପରେ ବି ହେଉନି କାର୍ଯ୍ୟନୁଷ୍ଠାନ l ଲଘୁଖଣିଜ ହରଲୁଟ କୁ ରୋକିବା ପାଇଁ ପୋଲିସ ର ଅପରେସନ ଧରପଗଡ଼ ଧର୍ମକୁ ଆଖିଠାର ସଦୃଶ୍ୟ ପରି ମନେହେଉଛି l ବାଲି ମାଫିଆ ମାନେ ପାଳି ପାଳି କରି ଏହି ବେଆଇନ ଘାଟରୁ ବାଲି ଲୁଟ କରିବା ସହ ମାଫିଆ ମାନଙ୍କ ଜରିଆରେ ପ୍ରଶାସନ ନାଁ ରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରାଯାଉଛି ବୋଲି ବି ଅଭିଯୋଗ ଆସୁଛି। ଯେଉଁ ଟ୍ରାକ୍ଟର ଟଙ୍କା ନଦେଲେ ରଜସ୍ୱ, ପୋଲିସ ଓ ଖଣି ବିଭାଗ ନାଁ ନେଇ ଧମକେଇ ଜୋର ଜବରଦସ୍ତ ଅର୍ଥ ଆଦାୟ ହେଉଥିବା ନେଇ ଅଭିଯୋଗ ହେଉଛି। ଏହି ବେଆଇନ ଘାଟକୁ ନେଇ ଗାଁ ବାସୀ ଓ ଚୋରା ବାଲି ମାଫିଆ ମାନଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ଉପୁଜୁଛି। ଯାହାକୁ ନେଇ କେତେବେଳେ କିଛିବି ଘଟି ପାରେ ବୋଲି ସଚେତନ ନାଗରିକ ଅଭିଯୋଗ ଆଣିଲେଣି l ପ୍ରଶାସନ ନାଁ ରେ ଆଦାୟ ହେଉଥିବା ଅର୍ଥ କିଏ ନେଉଛି…? ଯାହାକୁ ନେଇ ଏବେ ସାଧାରଣ ରେ ଚର୍ଚ୍ଚା l ପ୍ରକୃତ ରେ ଗଞ୍ଜାମ ଜିଲ୍ଲାର ଏପରି ବେଆଇନ ବାଲୁ ଘାଟ କାହା ଇସାରା ରେ ଚାଲିଛି? ବାରମ୍ବାର ବେଆଇନ ବାଲୁ ଘାଟ ରୁ ଚୋରା ବାଲି ଚାଲାଣ କୁ ନେଇ ରୀତିମତ ଖବର ପ୍ରସାରିତ ହେଉଛି ତଥାପି ପ୍ରଶାସନ ର ନିଦ ଭାଙ୍ଗୁନି l ସୂଚନା ଥାଉକି ଏପରି ବେଆଇନ ବାଲୁ ଘାଟ ଚାଲିବା ଯୋଗୁଁ ଲିଜ ଧାରୀ ମାନେ ଅସୁବିଧା ର ସମ୍ମୁଖୀନ ହେଲେଣି ଏବଂ ଆଗାମୀ ଦିନେ ବେଆଇନ ବାଲୁଘାଟ ପାଇଁ ମୁଣ୍ଡ ଗଡ଼ିବା ନିଶ୍ଚିନ୍ତ ହେବାକୁ ବସିଲାଣି ତେଣୁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ପ୍ରଶାସନ ଓ ସରକାର ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି.. I

Leave A Reply

Your email address will not be published.