
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ନାରାୟଣ ହାଇସ୍କୁଲ ଖେଳ ପଡ଼ିଆରେ ଶରଣକୁଳ ସ୍ପୋର୍ଟସ ଆସୋସିଏସନ୍ ଆନୁକୁଲ୍ୟରେ ଡିସେମ୍ବର ୨୫ ତାରିଖରୁ ଶରଣକୁଳ ସର୍ବ ଭାରତ ସ୍ତରୀୟ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ – ୨୦୨୫ ଅନୁଷ୍ଠିତ ହେବ । ୨୫ ତାରିଖ ଉଦ୍ଘାଟନୀ ମ୍ୟାଚରେ ଛତିଶଗଡ ରାଇପୁର ସହିତ ଓଡ଼ିଶା ପୋଲିସ କଟକ ଏବଂ ୨୬ ତାରିଖ ଦିନ ସ୍ପୋର୍ଟସ ହଷ୍ଟେଲ ସୁନ୍ଦରଗଡ଼ ସହିତ କିସ୍ ଇଣ୍ଟରନ୍ୟାସିନାଲ ମଧ୍ୟରେ ଅନୁଷ୍ଠିତ ହେବ।ସେହିପରି ୨୭ ତାରିଖ ପ୍ରଥମ ସେମିଫାଇନାଲ ମ୍ୟାଚ୍ ୨୬ ତାରିଖ ବିଜେତା ସହିତ ଝାଡ଼ଖଣ୍ଡ ଜେଏସଏସପିଏସ ରାଞ୍ଚି ଦଳ ଏବଂ ୨୮ ତାରିଖ ଦ୍ବିତୀୟ ସେମିଫାଇନାଲ ରେ ୨୫ ତାରିଖ ବିଜେତା ପଶ୍ଚିମ ବଙ୍ଗ ଏମଏଫସି ମଧ୍ୟରେ ଅନୁଷ୍ଠିତ । ଦୁଇ ସେମିଫାଇନାଲିଷ୍ଟ ମଧ୍ୟରେ ୨୯ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ୫ ଦିନ ଧରି ଚାଲିବାକୁ ଥିବା ଏହି ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୬ଟି ଦଳ ଭାଗନେବେ ।ଖେଳକୁ ଉପୋଭୋଗ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ବହୁ ସଂଖ୍ୟକ ଖେଳ ପ୍ରେମୀ ଫୁଟବଲ ମ୍ୟାଚର ମଜା ନେବାକୁ ସୁଯୋଗ ସୃଷ୍ଟି କରିଛି ବୋଲି ଶରଣକୁଳ ସ୍ପୋର୍ଟସ ଆସୋସିଏସନ୍ ର ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି।