
ସୋର : ରାସ୍ତାରେ ଯୁବକଙ୍କୁ କଚାଡ଼ି ମାରିଲା ଦନ୍ତା । ଖାଦ୍ୟ ଅନ୍ୱେଷଣରେ ଗାଁରେ ପଶି ଯୁବକଙ୍କୁ କଂକ୍ରିଟ ରାସ୍ତାରେ କଚାଡ଼ି ମାରିଲା ଦନ୍ତା । ଭୟଭୀତ ଗାଁଲୋକେ । ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ବାଉଁଶଗଢିଆ ପଞ୍ଚାୟତ କଳମୁଚୁଆ ଗାଁରେ ହାତୀ ଉପଦ୍ରବ । ମୃତକ ହେଲେ ପୂର୍ବପଡା ଗାଁର ସୁରେନ୍ଦ୍ର ଦାସ । ଅନ୍ୟ ୨ ଜଣ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ବନ ବିଭାଗର ଅବହେଳତା ଅଭିଯୋଗ ଆଣିଲେ ଗାଁଲୋକେ । ଖଇରା ବ୍ଲକର ନଟାପଡା, ବଟେଶ୍ୱର, ମହତିପୁର, ଶୁଣ୍ଡିରା ଗଣ୍ଡିବେଡ଼ ଆଦି ଗାଁରେ ହାତୀ ପଶି ବ୍ୟାପକ କ୍ଷୟକ୍ଷତି କରିଛି । ୨ଦିନ ଧରି ହାତୀଟି ବିଭିନ୍ନ ଗାଁରେ ପଶି ହାତୀ ବିଭିନ୍ନ ଗଛ ଭାଙ୍ଗି ଉପଦ୍ରବ କରୁଛି । ହେଲେ କୁପାରି ବନବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବା ଲୋକେ ଅଭିଯୋଗ ଆଣିଛନ୍ତି । ବନ ବିଭାଗର ଅବହେଳା ପାଇଁ ଅକାଳରେ ଗୋଟିଏ ନିରୀହ ଜୀବନ ଚାଲିଗଲା ।