ସଡକ ଦୁର୍ଘଟଣାରେ ଯୁବକ ଗୁରୁତର

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଠାରୁ ୩ କିଲୋମିଟର ଭଞ୍ଜନଗର ରାସ୍ତାର ଗୋଡ଼ିପଲ୍ଲି ଛକ ପୂର୍ବରୁ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ଆହତ ଅବସ୍ଥାରେ ପଡିଥିବାର ସୂଚନା ପାଇ ଓଡ଼ଗାଁ ଦମକଳ ବାହୀନି ଘଟଣସ୍ଥଳରୁ ଯୁବକଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣି ଚିକିତ୍ସା କରିଥିଲେ ।ଓଡ଼ଗାଁ ପିସିଆର ଭ୍ୟାନ ମଧ୍ୟ ଖବର ପାଇ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲା ।ଦୁର୍ଘଟଣା ସ୍ଥଳରୁ ଗୋଟିଏ ଦୁର୍ଘଟଣା ଗ୍ରସ୍ତ ସ୍କୁଟି ସହିତ ଗୋଟିଏ ମୋବାଇଲ ଫୋନ କୁ ପୋଲିସ ନିଜ ହେପାଜତକୁ ଆଣିଥିଲେ ।ଓଡ଼ଗାଁ ଡାକ୍ତରଖାନାରେ ଯୁବକର ଭାଙ୍ଗି ଯାଇଥିବା ଡାହାଣ ଗୋଡ ଅଣ୍ଠୁର ପ୍ରାଥମିକ ଚିକିତ୍ସା କରାଯାଇ ଅଧିକ ଚିକିତ୍ସା ପାଇଁ ନୟାଗଡ କୁ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ଯୁବକଙ୍କ ପରିବାର ଲୋକଙ୍କ ଡାକ୍ତରଖାନାରେ ପହଞ୍ଚିବାକୁ ଅପେକ୍ଷା କରାଯାଇଛି ।ଆହତ ଯୁବକ ଜଣକ ଶରଣକୁଳ ଥାନା ନାରାୟଣ ହାଇସ୍କୁଲ ପୂର୍ବରୁ କୁସୁମୀ ନଦୀ କୂଳରେ ଥିବା ଭାଗିଦେଇପୁର ଗ୍ରାମର ରମେଶ ନାୟକଙ୍କ ପୁଅ ସାନୁ ନାୟକ(୩୬) ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.