
ଜଗତସିଂହପୁର : ରେଞ୍ଜରଙ୍କ ଘରେ ଭିଜିଲାନସ ରେଡ୍ । ଏକାସଙ୍ଗେ ୫ଟି ସ୍ଥାନରେ ରେଡ୍। ଜଗତସିଂହପୁର ବନବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସଭବନ ଓ କାର୍ଯ୍ୟାଳୟ ସମେତ ଏକାସଙ୍ଗେ ୫ଟି ସ୍ଥାନରେ ପଞ୍ଚା ମାରିଛି ଭିଜିଲାନ୍ସ ।
ଚଢାଉରେ ବିଭିନ୍ନ କାଗଜପତ୍ର ଓ ବ୍ୟାଙ୍କ ପାସ ବୁକ ଜବତ ହୋଇଥିବା ସୂଚନା ମିଳିଛି । ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଜଗତସିଂହପୁର ସଦର ଥାନା ଚାଟରା ସ୍ଥିତ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ରହିଛି ।
କୋଟିପତି ରେଂଜର ରାଜେନ୍ଦ୍ର ସାମନ୍ତରାୟଙ୍କ ସଂପତ୍ତି ଦେଖି ଟେରା ହୋଇଗଲା ଭିଜିଲାନ୍ସ । ଏବେ ସୁଦ୍ଧା ରାଜେନ୍ଦ୍ରଙ୍କ ଗୋଟିଏ ୩ ମହଲା କୋଠା, ୩ ଟି ଦାମୀ ପ୍ଲଟ, ସାଢେ ୩ ଲକ୍ଷ ନଗଦ ଟଙ୍କା, ୨୦୦ ଗ୍ରାମ ସୁନା, ୬୭ ଲକ୍ଷର ବ୍ୟାଙ୍କଜମା, ଗୋଟିଏ ୪ ଚକିଆ ଓ ୨ଟି ଦୁଇ ଚକିଆ ଗାଡ଼ି ଠାବ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜେନ୍ଦ୍ରଙ୍କ ୪ ଠିକଣାରେ ରେଡ୍ ମାରିଥିଲା ଭିଜିଲାନ୍ସ ।
୧୯୮୫ରେ ଫରେଷ୍ଟର ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ରାଜେନ୍ଦ୍ରଙ୍କ ପ୍ରାରମ୍ଭିକ ଦରମା ଥିଲା ମାସିକ ମାତ୍ର ୧୫୦୦ଶହ ଟଙ୍କା । ୨୦୨୧ରେ ସେ ଡେପୁଟୀ ରେଞ୍ଜର ଭାବେ ପଦୋନ୍ନତି ପାଇଥିବା ବେଳେ, ଅନୁଗୁଳରେ ନିୟୋଜିତ ଥିଲେ । ୨୦୨୩ରେ ସେ ରେଞ୍ଜର ଭାବେ ପଦୋନ୍ନତି ପାଇଥିଲେ । ଜଗତସିଂହପୁର ରାହାମା ରେଞ୍ଜରେ ସେ କାର୍ଯ୍ୟରତ ଥିଲେ । ନିଜ ଚାକିରି ଜୀବନର ୪୦ ବର୍ଷ କେବଳ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ କାର୍ଯ୍ୟରତ ଥିଲେ ରାଜେନ୍ଦ୍ର । ତେବେ ତାଙ୍କ ଧନ ସଂପତ୍ତି ତାଙ୍କ ଆୟଠାରୁ ଢେର ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।