ଆସିକା ହରିହର ହାଇସ୍କୁଲ ଖେଳ ପଡିଆ ସହ ଠିକାଦାରଙ୍କ ଖେଳ.!

youtube

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ ପାଦ ପାଦରେ ଦୁର୍ନୀତି ଦେଖିବାକୁ ମିଳୁଛି। ତାହାର ନଗ୍ନ ନମୁନା ଏବେ ଆସିକା ହରିହର ହାଇସ୍କୁଲ ଖେଳ ପଡିଆ ରେ ଦେଖିବାକୁ ମିଳିଛି। ଆସିକା ହରିହର ହାଇସ୍କୁଲ ଖେଳ ପଡିଆରେ ଆସିକା ଅଞ୍ଚଳର ପ୍ରାୟ ସବୁ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ହୋଇ ଆସୁଛି। ଅସରାଏ ବର୍ଷା ହେଲେ ଖେଳ ପଡିଆ ରେ ବର୍ଷା ଜଳ ଜମି ପୋଖରୀ ର ଭ୍ରମ ସୃଷ୍ଟି ହୁଏ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଏହି ଖେଳ ପଡିଆ ରେ ଗର୍ତ୍ତ ଥିବା ଯୋଗୁଁ ମାଟି ପକେଇବା ପାଇଁ ଟେଣ୍ଡର କରିଛନ୍ତି। ଇତି ମଧ୍ୟରେ ଠିକାଦାର କାମ ଆରମ୍ଭ କରିଛନ୍ତି। ଖେଳ ପଡିଆ ପାଇଁ ପଟ ମାଟି ବ୍ୟବହାର ପାଇଁ କୁଆଡ଼େ ନିୟମ ଥିବା ବେଳେ ଠିକାଦାର ମୋରମ ଆଣି ପକେଇଥିବା ଦେଖିବାକୁ ମିଳିଛି। କ୍ରୀଡ଼ାବିତ୍ତ ମାନଙ୍କ ଅଭିଭାବକ ମାନଙ୍କ ମଧ୍ୟରେ ମୋରମ ପକେଇବା ଯୋଗୁଁ ଅସନ୍ତୋଷ ଦେଖା ଦେଇଛି। ପ୍ରକାଶ ଥାଉକି ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟେଡିୟମ ନିର୍ମାଣ ବେଳେ ବାହୁ ଅନିୟମିତତା ସାଙ୍ଗକୁ ନିମ୍ନ ମାନର କାର୍ଯ୍ୟ ହୋଇଥିଲା। ଗତ ଲଗାଣ ବର୍ଷା ବେଳେ ଇଣ୍ଡୋର ଷ୍ଟାଡିୟମ ଭିତରେ ଛାତରୁ ରଝ ରଝ ଭାବେ ବର୍ଷା ଜଳ ପଡିଥିଲା। ବର୍ତ୍ତମାନ ଖେଳ ପଡିଆରେ ମାଟି ପକା କାର୍ଯ୍ୟ ଆରମ୍ଭ ହେବା ପରେ ଆରମ୍ଭ ରୁ ପଟୁ ମାଟି ବିଚ୍ଛା ଯିବା ସ୍ଥାନରେ ମୋରମ ବିଚ୍ଛା ଯାଉଥିବା ଅଭିଯୋଗ ହେଉଛି। ହରିହର ହାଇସ୍କୁଲ ଖେଳ ପଡିଆ ଉପରେ ବହୁ ସ୍କୁଲ ନିର୍ଭର କରୁଥିବା ଯୋଗୁଁ ଏଭଳି ନିମ୍ନ ମାନର କାର୍ଯ୍ୟ ନକରିବା ପାଇଁ ବୁଦ୍ଧିଜୀବୀ ମହଲ ରୁ ଦାବୀ ହେଉଛି।

Leave A Reply

Your email address will not be published.