ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା , ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

youtube

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଉଷ୍କାପଲ୍ଲି ଗ୍ରାମର ମୁକା ପଡ଼ିଆମି ( ୫୪ )ଙ୍କୁ ଗତ ବୁଧବାର ରାତିରେ ତାଙ୍କ ଗ୍ରାମର ଦୁଇ ଜଣ ବ୍ୟକ୍ତି ଗୁଣି ଗାରେଡ଼ି ସନ୍ଦେହରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡ଼ିଥିଲା । ଏ ସମ୍ପର୍କରେ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିବା ପରେ କାଲିମେଳା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏଥିରେ ଅଟକ ରଖିଥିବା ଦୁଇ ଅଭିଯୁକ୍ତ ମୁକାଙ୍କୁ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା କରିଥିବା ବେଳେ ପୋଲିସ ସେମାନଙ୍କୁ ଗୀରଫ କରିଥିବା ବେଳେ ଏନେଇ କାଲିମେଳା ଥାନାରେ କେଶ୍
ନଂ-୨୯୩/୨୫ ଅନୁଯାୟୀ ଏକ ହତ୍ୟା ମାମଲା ରୁଜୁ କରି ଶନିବାର ଦିନ କୋର୍ଟ ଚାଲାଣ କରିଥିବା କାଲିମେଳା ଥାନା ଅଧିକାରୀ ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.