ଗୋରୁବୋଝେଇ କେଣ୍ଟର ଓଲଟି ପଚାଶରୁ ଅଧିକ ଗାଈ ମୃତ

youtube

କୋରାପୁଟ /କୋଟପାଡ଼ : ଗୋରୁ ବୋଝେଇ କେଣ୍ଟର ଓଲଟି ପଚାଶରୁ ଉର୍ଦ୍ଧ ଗାଈ ମୃତ୍ୟୁ ମୁଖରେ ପଡିଲେ l ସୂଚନା ପ୍ରକାରେ, କୋଟପାଡ଼ କୁସୁମୀ ପୂର୍ତ୍ତ ବିଭାଗ ରାସ୍ତା ଉପରେ ଗୋ-ବୋଝେଇ କେଣ୍ଟର ଭାରସାମ୍ୟ ହରାଇ ଓଲଟି ପଡିଥିଲା l କୋଟପାଡ଼ ପୋଲିସ ଖବର ପାଇ ଦୁର୍ଘଟଣା ସ୍ଥଳରେ ପହଂଚି ଥିଲେ ଓ ସମସ୍ତେ ଗୋରୁଙ୍କୁ ମୃତ ପାଇଥିଲେ l ଯଥାଶୀଘ୍ର ଟ୍ରାକ୍ଟର ସାହାଯ୍ୟରେ ମୃତ ଗୋରୁମାନଙ୍କୁ ନିକଟ ଜଙ୍ଗଲରେ ପୋତିବାକୁ ବ୍ୟବସ୍ଥା କରାଯାଇଥିଲା l ସ୍ଥାନୀୟ ଗୋ-ରକ୍ଷକ ଦଳ ପହଂଚିବାରୁ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା l କୋଟପାଡ଼ ଅଞ୍ଚଳରେ ପ୍ରାୟ ଗୋ-ଚାଲାଣ ହେଉଥିଲେ ଏବଂ ବାରମ୍ବାର ଅଭିଯୋଗ ସତ୍ୱେ ପ୍ରଶାସନ ଏଥିରେ ବିଫଳ ହୋଇଛି l ପ୍ରକାଶ ଥାଉକି, କିଛି ସମୟ ପୂର୍ବରୁ ଡଙ୍ଗରି ନିକଟ ଜାତୀୟ ରାଜପଥ ଉପରେ ଗୋଟିଏ ଟ୍ରକରୁ ମୃତ ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା l କିନ୍ତୁ ସେତେବେଳେ ମଧ୍ୟ ଗାଡ଼ି ଚାଳକ ଖୋସି ପଳାଇ ଯାଇଥିଲା l ବର୍ତମାନ ପ୍ରଶାସନ ଗୋ-ଚାଲାଣ କାରୀଙ୍କୁ ଧରିବାରେ ସଫଳ ହେଉଛି ନା ନାହିଁ ଦେଖିବାକୁ ବାକି ରହିଲା l

Leave A Reply

Your email address will not be published.