ରାଜଧାନୀ ଏକ୍ସପ୍ରେସ୍ ଧକ୍କାରେ ୮ ହାତୀ ମୃତ

youtube

ହୋଜାଇ : ୮ଟା ହାତୀକୁ ଧକ୍କା ଦେଇ  ଲାଇନଚ୍ୟୁତ ହେଲା ରାଜଧାନୀ ଏକ୍ସପ୍ରେସ । ବିଳମ୍ବିତ ରାତିରେ   ଆସାମର ହୋଜାଇ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ସାଇରାଙ୍ଗ-ନୂଆଦିଲ୍ଲୀ ଏକ୍ସପ୍ରେସର ୫ଟି କୋଚ୍  ଓ ଇଂଜିନ ଲାଇନଚ୍ୟୁତ ହୋଇଛି । ବିଳମ୍ବିତ ରାତିରେ ହାତୀପଲ ରେଳଲାଇନ ପାର କରୁଥିବା ବେଳେ ଟ୍ରେନ ଧକ୍କା ଦେଇଥିଲା ।  ଫଳରେ ୮ଟି ହାତୀଙ୍କର ଜୀବନ ଯାଇଛି ।

ଏହାରି ମଧ୍ୟରେ ରେଳବାଇର ଜଣେ ମୁଖପାତ୍ର କହିଛନ୍ତି ଯେ, ୫ଟି କୋଚ୍ ଏବଂ ଟ୍ରେନର ଇଞ୍ଜିନ୍ ଲାଇନଚ୍ୟୁତ ହୋଇଛି, କିନ୍ତୁ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି । ଦିଲ୍ଲୀ ଅଭିମୁଖେ ଯାଉଥିବା ଟ୍ରେନଟି ପ୍ରାୟ ୨ଟା ୧୭ମିନିଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ମୁଖପାତ୍ର କହିଛନ୍ତି । ଯାହା ଫଳରେ ଟ୍ରେନ୍ ଚଳାଚଳରେ ବାଧାପ୍ରାପ୍ତ ହୋଇଛି । ନାଗାଓଁ ଡିଭିଜନାଲ ଫରେଷ୍ଟ ଅଫିସର ସୁହାସ କଦମ କହିଛନ୍ତି ଯେ, ହୋଜାଇ ଜିଲ୍ଲାର ଚାଙ୍ଗଜୁରାଇ ଅଞ୍ଚଳରେ ଏହି ଘଟଣା ଘଟିଛି । ସୂଚନା ପାଇ ସୁହାସ କଦମ ଏବଂ ଅନ୍ୟାନ୍ୟ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏଥିସହ ପ୍ରଭାବିତ ଜମୁନାମୁଖ-କାମ୍ପୁର ସେକ୍ସନ ଦେଇ ଯାଉଥିବା ଟ୍ରେନଗୁଡ଼ିକୁ ଅପ୍ ଲାଇନକୁ ପଠାଯାଇଛି ଏବଂ ରେଳ ଚଳାଚଳ ପୁନଃସ୍ଥାପିତ କରିବା ପାଇଁ କାର୍ଯ୍ୟ ଚାଲିଛି ।

Leave A Reply

Your email address will not be published.