ଚାକିରି ନାଁରେ ଠକେଇ, ଢ଼ାବା ମାଲିକ ଗିରଫ

youtube

ଦାରିଙ୍ଗିବାଡ଼ି : ଚାକିରି ନାଁରେ ଠକେଇ । କ.ନୂଆଗାଁ ଥାନା ଦାରିଙ୍ଗିବାଡ଼ି ଛକ ସ୍ଥିତ ଢ଼ାବା ମାଲିକକୁ ଗିରଫ କଲା ପୋଲିସ । ପୂର୍ତ୍ତ ବିଭାଗରେ ଡାଟା ଏଣ୍ଟ୍ରି ଅପେରେଟର ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ । ଢ଼ାବା ଚଳାଉଥିବା ମାଲିକ ପ୍ରିୟ ରଞ୍ଜନ ନାୟକ ।

ଚଳିତବର୍ଷ ଫେବୃଆରୀ ୧୭ ତାରିଖରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳର ପଦ୍ମନାଭ ଛତ୍ରିଆଙ୍କ ଝିଅଙ୍କୁ ଡାଟା ଏଣ୍ଟ୍ରି ଚାକିରି କରାଇଦେବି କହି ଦୁଇ ଲକ୍ଷରୁ ଅଧିକ ଟଙ୍କା ଫୋନ ପେରେ ନେଇଥିଲା ଅଭିଯୁକ୍ତ । କିନ୍ତୁ ଚାକିରି ନହେବାରୁ ବାଧ୍ୟ ହୋଇ କ.ନୂଆଗାଁ ଥାନାର ଦ୍ୱାରସ୍ତ ହୋଇଥିଲେ ପଦ୍ମନାଭ । ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତକୁ ଗିରଫ କରିଛନ୍ତି ପୋଲିସ । ପ୍ରିୟ ରଞ୍ଜନ ନାୟକ କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା କ.ନୂଆଗାଁ ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.