ବିଧାୟକ ଦରମା ବୃଦ୍ଧି ନିଷ୍ପତ୍ତି ସରକାରଙ୍କ ମସ୍ତବଡ ଭୁଲ : ନରସିଂହ ମିଶ୍ର

youtube

ଭୁବନେଶ୍ବର: ଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ରବିବାର ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ସେ  ଉଦ୍ ବେଗ ପ୍ରକାଶ କରିବା ସହ ସରକାରଙ୍କ ଏହି ନିଷ୍ପତ୍ତି ମସ୍ତବଡ ବଡ ଭୁଲ ନିଷ୍ପତ୍ତି ​‌ବୋଲି କହିଛନ୍ତି ନରସିଂହ ମିଶ୍ର। ଯେଉଁ ବିଧାୟକମାନେ ଦରମା ବୃଦ୍ଧି କରାଯିବା ନେଇ ଦାବୀ କରୁଛନ୍ତି ସେମାନଙ୍କର ଦରମା ବୃଦ୍ଧି କରିବା ଦରକାର।  ଏହାଲୋକଙ୍କ ସରକାର କି ବଡବଡିଆ ସରକାର ବୋଲି ପ୍ରଶ୍ନକରିବା ସହ ସରକାରଙ୍କୁ ତେରଛା ବାଣ ମାରିଛନ୍ତି ନରସିଂହ ।

ବିଧାନସଭା ଗୃହରେ ବିଧାୟକଙ୍କ ଦରମା ବୃଦ୍ଧି କୁ ନେଇ ବିଲ୍‌ ପାରିତ ହେବାପରେ ପ୍ରଥମେ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ତା ବିରୋଧ କରିଥିଲେ । ତାଙ୍କ ପରେ  ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମଧ୍ୟ ବିରୋଧ କରିଥିଲେ ଏବଂ ଶାସକଦଳର ବିଧାୟକ ମାନେ ଏହି ବିଲ୍ ଉପ​‌ରେ ପୁନଃ ଆଲୋଚନା କରାଯିବା ନେଇ ମୁଖମନ୍ତ୍ରୀ ମୋହନମାଝୀଙ୍କୁ ଦାବିପତ୍ର ଦେଇଥିଲେ ।

Leave A Reply

Your email address will not be published.