
ବ୍ରହ୍ମପୁର: ଘାଟିରୁ ଖସିଲା ପିକନିକ୍ ବସ୍ । ଜଣେ ମୃତ ଏବଂ ୧୪ ରୁ ଅଧିକ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ବାରିଁଆ ପଥର ଘାଟିରେ ୫୦ ଫୁଟ ତଳକୁ ଖସିପଡ଼ିଛି ପିକନିକ୍ ବସ୍ । ସମସ୍ତ ଆହତଙ୍କୁ ପ୍ରଥମେ ପାତ୍ରପୁର ଓ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।
ବସଟି ଏକ ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଷ୍ଟାଫଙ୍କୁ ନେଇ ପିକନିକ୍ ଯାଥିଲା । ଫେରିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।