ଦକ୍ଷିଣ ଆଫ୍ରିକାରେ ଆଖିବୁଜା ଗୁଳିମାଡ଼, ୧୦ ମୃତ, ୧୦ ଆହତ

youtube

ଦକ୍ଷିଣ ଆଫ୍ରିକା : ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ । ଏହି ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି । ଆକ୍ରମଣକାରୀଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସୂଚନାନୁଯାୟୀ, ଦକ୍ଷିଣ ଆଫ୍ରିକାର ବେକର୍ସଡାଲର ଏକ ବାର୍ ନିକଟରେ ଗୁଳିଚାଳନା ହୋଇଥିଲା । ଯାହାର ଆକ୍ରମଣ ନାଗରିକଙ୍କ ଉପରେ ହୋଇଥିଲା । ଏହି ଗୁଳି ଆକ୍ରମଣରେ ୧୦ଜଣଙ୍କର ଜୀବନ ଯାଇଥିଲା । କିନ୍ତୁ ମୃତାହତଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ । ଆହତଙ୍କୁ ବର୍ତ୍ତମାନ ହସ୍ପିଟାଲ ପଠାଯାଇଛି ବୋଲି ପୋଲିସ ସୂଚନା ଦେଇଛି । ଏଥିସହ ପୋଲିସ କହିଛି ଯେ, ଗୁଳିକାଣ୍ଡ ଏପରି ଏକ ସ୍ଥାନରେ ହୋଇଥିଲା  ଯେଉଁ ସ୍ଥାନରେ ବେଆଇନ୍ ବାର୍ ଦୋକାନ ଥିଲା ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ ଏହା ପ୍ରଥମ ଆକ୍ରମଣ ନୁହେଁ ବରଂ ଦ୍ବିତୀୟ ଗୁଳିକାଣ୍ଡ । ଏହା ପୂର୍ବରୁ ଡିସେମ୍ବର ୬ ତାରିଖରେ ରାଜଧାନୀ ପ୍ରିଟୋରିଆ ନିକଟରେ ଥିବା ଏକ ହଷ୍ଟେଲରେ ଆକ୍ରମଣ ହୋଇଥିଲା । ଯେଉଁଥିରେ ଏକ ତିନି ବର୍ଷର ଶିଶୁ ସମେତ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.