ଖାଦ୍ୟ ବିଷକ୍ରିୟା, ଚାଲିଗଲା ପରିବାରର ୩ ଜୀବନ

youtube

ଢେଙ୍କାନାଳ: ରାତିରେ ପୁରା ପରିବାର ବେଶ ହସ ଖୁସିରେ ଖାଇକି ଶୋଇଲେ କିନ୍ତୁ କିଏ ଜାଣିଥିଲା ସେହି ରାତି ପାଲଟିଯିବ ସେମାନଙ୍କ ପାଇଁ ଶେଷ ରାତି । ଆପଣ  ଯଦି ଏପରି କିଛି ଖାଦ୍ୟ ଖାଇ ରାତିରେ ଶୋଉଛନ୍ତି ତେବ ହୋଇଯାଆନ୍ତୁ ସାବଧାନ । ନଚେତ୍ ଆପଣ ମଧ୍ୟ ପଡ଼ିପାରନ୍ତି ବିପଦରେ । ଫୁଡ଼ ପଏଜନିଙ୍ଗ ହୋଇ ଅକାଳରେ ଚାଲିଗଲା ମାଆ ପୁଅଙ୍କ ଜୀବନ । ଢେଙ୍କାନାଳ କଣ୍ଟାବଣିଆ ଥାନା ଅସନବଣି ଗାଁରେ ଘଟିଛି ବଡ଼ ଅଘଟଣ । ରାତି ପାହି ସକାଳ ହେଲାବେଳକୁ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ଘଟିଛି । ବାସ୍ତବରେ ଏପରି ଫୁଡ଼ ପଏଜନିଙ୍ଗ (ଖାଦ୍ୟ ବିଷକ୍ରିୟା) ଫଳରେ ହୋଇଥିବା ସୂଚନା ମିଳିଛି ।ସୂଚନା ଅନୁସାରେ ଗତକାଲି ରାତିରେ ମା ଗୋଲାପ ସାହୁ ,(୫୦) ବଡ଼ ପୁଅ ଭାରତ ସାହୁ(୩୦) ଓ ସାନ ପୁଅ ଲିଟୁ ସାହୁ(୨୧) ଚିକେନ୍ ଭାତ ଓ ପାଳଙ୍ଗ ଶାଗ ଖାଇ ଶୋଇଥିଲେ । ସକାଳେ ୩ ଜଣ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମା ଓ ଦୁଇ ପୁଅଙ୍କର ମୃତ୍ୟୁ ହୋଇଛି । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ଘଟିଛି। 

Leave A Reply

Your email address will not be published.