ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

youtube

ନୟାଗଡ଼ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ ରମେଶ ଚନ୍ଦ୍ର ଜେନା । ଏହା ପୂର୍ବରୁ ପ୍ରୀତି ପ୍ରକାଶ ମହାନ୍ତି ପ୍ରାୟ ୩ବର୍ଷ ଧରି କାର୍ଯ୍ୟ କରିବା ପରେ ଥାନା ଅଧିକାରୀ ଭାବରେ ଜଗତସିଂହପୁରକୁ ବଦଳି ହୋଇଛନ୍ତି । ଏନେଇ ଶ୍ରୀ ଜେନା ବିଧିବଦ୍ଧ ଭାବରେ ଶ୍ରୀ ମହାନ୍ତିଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି।ନୂତନ ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ରାଜସୁନାଖଳା ଫାଣ୍ଡିର ସମସ୍ତ କର୍ମଚାରୀ , ବଣିକ ସଂଘ , ସାମ୍ୱାଦିକ ସଂଘ ଏବଂ ରାଜ ସୁନାଖଳା ଗ୍ରାମବାସୀ ମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ରାଜସୁନାଖଳା ଅଞ୍ଚଳକୁ ଗଞ୍ଜେଇ ଓ ବ୍ରାଉନ ସୁଗାର ମୁକ୍ତ କରିବା ଏବଂ ଶାନ୍ତିଶୃଙ୍ଖଳା ସ୍ଥାପନ କରିବା ସହିତ ପଞ୍ଚାୟତରେ ଅପରାଧୀକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ବ୍ୟକ୍ତିମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପ୍ରତିଶୃତିବଦ୍ଧ ଥିବାବେଳେ ଗରିବ ଓ ଅସହାୟ ଲୋକ ମାନଙ୍କୁ ଆଇନ୍ ଅନୁଯାୟୀ ଉଚିତ୍ ନ୍ୟାୟ ପ୍ରଦାନ କରିବେ ବୋଲି କହିଛନ୍ତି।

Leave A Reply

Your email address will not be published.