
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ୍ ସ୍ଥିତ ଚିନ୍ତଲୱାଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଉପସ୍ଥିତ ରହି ସମୁଦାୟ ୮୨ ଗୋଟି ଅଭିଯୋଗ ର ଶୁଣାଣୀ କରିଥିଲେ। ତନ୍ମଧ୍ୟରୁ ୬୬ ଟି ବ୍ୟକ୍ତିଗତ ଓ ୧୬ ଟି ଗ୍ରାମ୍ୟ ସମସ୍ୟା ରହିଥିଲା। ଏହି ଶିବିରରେ ଆବାସ, ବାର୍ଦ୍ଧକ୍ୟ ଭତ୍ତା, ବିଦ୍ୟାଳୟ ଭିତ୍ତିଭୂମି ସମ୍ବନ୍ଧୀୟ ଅଭିଯୋଗର ଶୁଣାଣୀ ହୋଇଥଲା। ବିଭିନ୍ନ ଯୋଜନାର ହାତ ପାହାନ୍ତା ରେ ସେବା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ୟାମ୍ପ ଆୟୋଜନ କରାଯାଇଥିଲା। ଏହି କ୍ୟାମ୍ପ ରେ ଶ୍ରମ କାର୍ଡ, ରାସନ୍ କାର୍ଡ, ଜଙ୍ଗଲ ଜମି ପଟ୍ଟା, ଆଧର ଅପଡେଟ ଓ କୃଷକ ପଞ୍ଜୀକରଣ ଇତ୍ୟାଦି ସେବା ଯୋଗାଇ ଦିଆଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଓ ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ ଉପସ୍ଥିତ ଥିଲେ। ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡିଓ ଓ ତହସିଲଦାର ମାନେ ଉପସ୍ଥିତ ଥିଲେ। ଶିବିର ପରେ ଜିଲ୍ଲାପାଳ ଚିନ୍ତଲୱାଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇ ମଧ୍ୟାହ୍ନ ଭୋଜନ ର ମାନ ପରଖିଛନ୍ତି । ବିଦ୍ୟାଳୟ ର ଭିତ୍ତିଭୂମି ତଦାରଖ କରିବା ସହ ପିଲାଙ୍କ ସହ ପାଠ ପଢା କିପରି ଚାଲିଛି ଇତ୍ୟାଦି ବିଷୟରେ କଥାବାର୍ତ୍ତା କରିଥିଲେ ଜିଲ୍ଲାପାଳ।