ଇଣ୍ଡୋନେସିଆରେ ସଡ଼କ ଦୁର୍ଘଟଣା, ୧୬ ମୃତ

youtube

ଇଣ୍ଡୋନେସିଆ : ଇଣ୍ଡୋନେସିଆର ସେଣ୍ଟ୍ରାଲ ଜାବା ପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ଗତକାଲି ସକାଳେ ସେମାରାଙ୍ଗ ସହରରେ ଏକ ଦ୍ରୁତଗାମୀ ବସ୍ ହଠାତ୍ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ଯାହାଫଳରେ ଘଟଣାସ୍ଥଳରେ ୧୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନାନୁଯାୟୀ, କ୍ରାପ୍ୟାକ୍ ଟୋଲ୍ ଏକ୍ସିଷ୍ଟ ଛକରେ ଏହି ଦୁର୍ଘଟଣା ଘଟିଥିଲା । ବସଟି ଦ୍ରୁତଗତିରେ ଆସୁଥିବାରୁ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ସୁରକ୍ଷା ବ୍ୟାରିୟର୍ ସହ ଧକ୍କା ହୋଇଥିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଦୁର୍ଘଟଣା ହେବା ଯୋଗୁଁ ଅନେକ ଯାତ୍ରୀ ବସ୍ ଭିତରେ ଫସି ରହିଥିଲେ । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିନା ଯନ୍ତ୍ରପାତି ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ଅସମ୍ଭବ । ଅନେକ ଘଣ୍ଟାର ପରିଶ୍ରମ ପରେ ବସରୁ ସମସ୍ତ ଆହତଙ୍କ ଉଦ୍ଧାର କରାଯାଇଥିଲା । ସମସ୍ତ ଆହତଙ୍କୁ ସେମାରାଙ୍ଗର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ଅନ୍ୟପଟେ ପୋଲିସ ମୃତକ ଏବଂ ଆହତଙ୍କୁ ଚିହ୍ନଟ କରିବା ପାଇଁ କାର୍ଯ୍ୟ କରୁଛି । କିନ୍ତୁ ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ସଠିକ୍ ଭାବେ ଜଣାପଡିନାହିଁ । ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.