
ବିହାର : ବିହାର ଭୋଜପୁର ଜିଲ୍ଲାରେ ଅଳ୍ପକେ ଟଳିଲା ବଡ଼ ରେଳ ଦୁର୍ଘଟଣା । ଆରାରୁ ସସାରାମ ଯାଉଥିବା ପାସେଞ୍ଜର ଟ୍ରେନ ଯାଉଥିବା ବେଳେ ଟ୍ରାକରେ ଟ୍ରାକ୍ଟର ସହିତ ଜୋରଦାର ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ଟ୍ରାକ୍ଟରର ଇଂଜିନ ଫସିଯାଇଥିଲା, ତେଣୁ ଟ୍ରେନ ପାଖାପାଖି ୫୦୦ ମିଟର ଘୋଷାଡି ହୋଇଯାଇଥିଲା ।
ଖବର ମୁତାବକ, ଆଜି ସକାଳେ ଆରାରୁ ସାସାରାମ ଯାଉଥିବା ପାସେଞ୍ଜର ଟ୍ରେନ ୬୩୩୬୯ ଯାଉଥିବା ବେଳେ ପାଟନା-ମୁଗଲସରାୟ ରେଳଖଣ୍ଡ ନିକଟରେ ଉଦବନ୍ତନଗର ରେଲୱେ କ୍ରସିଂ ନିକଟରେ ପହଞ୍ଚି ଟ୍ରାକ୍ଟର ସହିତ ଧକ୍କା ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଟ୍ରାକ୍ଟର ଚାଳକ ଦାୟିତ୍ବହୀନତା ଯୋଗୁଁ ରେଳ କ୍ରସିଂ ପାର କରିବାକୁ ଚେଷ୍ଟା କରୁଥିଲେ । ଠିକ୍ ଏହି ସମୟରେ ଦ୍ରୁତ ଗତିରେ ଏକ ଟ୍ରେନ ଆସି ଧକ୍କା ଦେଇଥିଲା । ଧକ୍କା ଯୋଗୁଁ ଟ୍ରେନ ଇଂଜିନ ଫସିଯାଇଥିଲା । ଲୋକେ ପାଇଲଟ ଏମରଜେନ୍ସୀ ବ୍ରେକ ଲଗାଇ ଟ୍ରେନ ରୋକିବାକୁ ଚେଷ୍ଟା କରୁଥିବା ବେଳେ ୫୦୦ ମିଟର ଯାଏଁ ଟ୍ରେନ ଟ୍ରାକ୍ଟର ସହିତ ଘୋଷାଡି ହୋଇଯାଇଥିଲା ।
ଟ୍ରେନ ଦୁର୍ଘଟଣା ପରେ ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ । ଲୋକମାନେ ଚିତ୍କାର କରି ନିଜ ସିଟରୁ ଦୌଡିଥିଲେ । ତେବେ ଘଟଣାରେ କୌଣସି ଯାତ୍ରୀ ହାତାହତ ହୋଇନାହାନ୍ତି ।