ବ୍ରିଜରୁ ଖସିଲା ବାଇକ, ୨ ମୃତ

youtube

ନୂଆପଡ଼ା: ବ୍ରିଜରୁ ଖସିଲା ବାଇକ, ୨ ମୃତ । ନୂଆପଡ଼ା ଜିଲ୍ଲା କୋମନା ଥାନା ହାତୀସରା ବ୍ରିଜ ତଳକୁ ଖସି ପଡିଲା ବାଇକ୍ । ଘଟଣାସ୍ଥଳରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଦୁଇଜଣଙ୍କୁ ତରବୋଡ ପୋଲିସ ଉଦ୍ଧାର କରି ଡାକ୍ତର ଖାନାକୁ ଚିକିତ୍ସା ପାଇଁ ପଠେଇଛି ।

ଗତକାଲି ବିଳମ୍ବିତ ରାତିରେ ତରବୋଡ ଠାରେ ଚାଲିଥିବା ଧନୁଯାତ୍ରା ଦେଖି ଗୋଟିଏ ବାଇକରେ ୪ ଜଣ ଯୁବକ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବାଇକ୍ ପୋଲ ତଳକୁ ଖସି ପଡ଼ିଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଦୁଇ ଜଣ ଯୁବକ ହେଲେ ହାତିସରା ଗାଁର ହରିଶ୍ଚନ୍ଦ୍ର ପଟେଲ ଓ ବାବେଘାଟି ଗାଁର ଶୁଭ ହଂସ ।  ଅନ୍ୟ ଆହତ ଦୁଇ ଜଣ ଯୁବକ ମଧ୍ୟ ବାବେଘାଟି ବୋଲି ଜଣାପଡିଛି । ତରବୋଡ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହିତ ଘଟଣାର ଅଧିକ ତଦନ୍ତ କରୁଛି ।

Leave A Reply

Your email address will not be published.