ବାୟୁ ପ୍ରଦୂଷଣ: ଦିଲ୍ଲୀକୁ ପଛରେ ପକାଇଲା ଓଡିଶାର ୩ ସହର…

youtube

ଭୁବନେଶ୍ବର: ଭାରତର ରାଜଧାନୀ ଦିଲ୍ଲୀକୁ ବି ପଛରେ ପକାଇଦେଲା ଓଡ଼ିଶାର ବାୟୁ ପ୍ରଦୂଷଣ । ଓଡ଼ିଶାର କିଛି ସହରର ପ୍ରଦୂଷଣ ସ୍ତର ପୂର୍ବାହ୍ନ ୧୧ଟା ସୁଦ୍ଧା ଏତେ ମାତ୍ରାରେ ରହିଛି ଯେ, ଯାହା ଦିଲ୍ଲୀକୁ ବି ଟପିଯାଇଛି । ବାୟୁ ମାନ ସୂଚକାଙ୍କ (AQI) ରିପୋର୍ଟ ଅନୁଯାୟୀ, ଦେଶର ୫ଟି ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ୩ଟି ସହର ସ୍ଥାନ ପାଇଛନ୍ତି ।

ଓଡ଼ିଶାର ବାଲେଶ୍ଵର ଆଜି ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି । ଏଠାରେ AQI ୩୩୬ ରହିଛି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଶିଳ୍ପ ସହର ତାଳଚେର, ଯେଉଁଠାରେ AQI ୩୨୪ ରହିଛି । ଏହାପରକୁ ତୃତୀୟ ସ୍ଥାନରେ ରହିଛି ୩୦୪ AQI ସହ ବାରିପଦା ସହର ଯାହା ଦେଶର ୫ମ ପ୍ରଦୂଷିତ ସହର ଭାବେ ଚିହ୍ନଟ ହୋଇଛି ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଦିଲ୍ଲୀ ପ୍ରଦୂଷଣ ସବୁବେଳେ ସାରା ଦେଶରେ ଚର୍ଚ୍ଚାରେ ଥିବାବେଳେ, ସେଠାରେ ଆଜି AQI ମାତ୍ର ୨୧୮ ରେକର୍ଡ କରାଯାଇଛି । ଅର୍ଥାତ ଦିଲ୍ଲୀ ତୁଳନାରେ ଓଡ଼ିଶାର ଏହି ସହରଗୁଡ଼ିକର ବାୟୁ ଅଧିକ ବିଷାକ୍ତ ହୋଇପଡ଼ିଛି । ଯାହା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ସୃଷ୍ଟି କରିପାରେ ।

Leave A Reply

Your email address will not be published.