
ଅନୁଗୋଳ: ମୃତ୍ୟୁ ଏମିତି ବି ଆସେ । ଟ୍ରାକ୍ଟର ଧକ୍କାରେ ଶିଶୁ ମୃତ, ମାଆ ଗୁରୁତର। ଅନୁଗୋଳ ଜିଲ୍ଲା କିଶୋର ନଗର ଥାନା କରମକଟା ଗାଁରେ ଅଘଟଣ। ଗାଁ ଦାଣ୍ଡର ଡ୍ରେନ କଡ଼ରେ ବସିଥିଲେ ମାଆ ଓ ପୁଅ । ଖରା ପାଉଥିବା ବେଳେ ତାଙ୍କ ଉପରକୁ ମାଡ଼ିଗଲା ଟ୍ରାକ୍ଟର। ଘଟଣା ସ୍ଥଳରେ ୪ ବର୍ଷର ଶିଶୁ ପୁତ୍ର ଶ୍ରୀରାମ ଦେହୁରୀଙ୍କ ମୃତ୍ୟୁ ହୋଇଛି। ମାଆଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଆଜି ସକାଳୁ ଗାଁ ଦାଣ୍ଡ ରେ ମା ପୁଅ ଡ୍ରେନ କଡ଼ରେ ବସିଥିଲେ । ହଠାତ ରାସ୍ତାରେ ଆସୁଥିବା ଏକ ଟ୍ରାକ୍ଟର OR 19 E 6770 ନମ୍ୱର୍ ରାସ୍ତା ଉପରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ବସିଥିବା ମା ପୁଅଙ୍କ ଉପରକୁ ମାଡ଼ିଯାଇ ଥିଲା । ଫଳରେ ଘଟଣାସ୍ଥଳରେ ୪ ବର୍ଷର ଶ୍ରୀରାମ ଦେହୁର ଙ୍କ ମୃତ୍ୟୁ ଘଟି ଥିବା ବେଳେ ମା ଗୁରୁତର ଅବସ୍ଥାରେ ପ୍ରଥମେ କିଶୋର ନଗର ଗଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ହେଉଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ଟର ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । ଘଟଣାର ଖବର ପାଇ କିଶୋର ନଗର ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବା ସହ ଘଟଣା ଘଟାଇ ଥିବା ଟ୍ରାକ୍ଟରକୁ ଜବତ୍ କରି ଡ୍ରାଇଭରକୁ ମଧ୍ୟ ଅଟକ ରଖିଛି ପୋଲିସ୍ ।