ମାଲକାନଗିରି ବ୍ଲକରେ କାର୍ଯ୍ୟରତ ଜୁନିୟର୍ ଇଞ୍ଜିନିୟର ନିହାର ରଞ୍ଜନ ସରକାରଙ୍କ ଆୟବହିର୍ଭୁତ ସମ୍ପତ୍ତିକୁ ଭିଜିଲାନ୍ସ ଚଢ଼ାଉ

add-all

ମାଲକାନଗିରି : ଆଜି ମାଲକାନଗିରି ବ୍ଲକ୍‌ର ଜୁନିୟର୍ ଇଞ୍ଜିନିୟର୍ ଶ୍ରୀ ନିହାର ରଞ୍ଜନ ସରକାରଙ୍କ ଆୟବହିର୍ଭୁତ ସମ୍ପତ୍ତି କୁ ନେଇ ଭିଜିଲାନ୍ସ ଚଡାଉ ହୋଇଛି । ଆଜିର ଏହି ଚଡାଉ ସମୟରେ ଭିଜିଲାନ୍ସ ବିଭାଗରର ୪ ଜଣ ଡି.ଏସ୍‌ପି, ୭ ଜଣ ଇନ୍ସ୍‌ପେକ୍ଟର ଅନ୍ୟାନ୍ୟ ସହାୟକ କର୍ମୀମାନଙ୍କ ଦ୍ୱାରା ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ରହିଥିବା ଜେଇଙ୍କ ରହିଥିବା ୪ଟି ସ୍ଥାନରେ ଭିଜିଲାନ୍ସ ଜୟପୁରଙ୍କ ଦ୍ୱାରା ଜାରି ସର୍ଚ୍‌ ୱାରାଣ୍ଟ ଆଧାରରେ ଏକସାଥରେ ଘର ସର୍ଚ୍‌ କରାଯାଉଛି। ଏଥିରେ ମାଲକାନଗିରି ବ୍ଲକରେ ଥିବା ନିଜସ୍ଵ କାର୍ଯ୍ୟାଳୟ,ମାଲକାନଗିରି ଜୟନଗର ଥିବା ନିଜସ୍ୱ ବାସଗୃହ, ଏମପିଭି୧୦ ଗ୍ରାମରେ ଥିବା ପୈତୃକ ବାସଭବନ,ରାଇଘର ଓ ନବରଙ୍ଗପୁର ରେ ରହୁଥିବା ସମ୍ପର୍କୀୟ ଘରେ ଏକା ସଂଗେ ଚଡାଉ ଚାଲିଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ।

ad-week
Leave A Reply

Your email address will not be published.