ନୟାଗଡ଼ ପାଲା ଗାୟକ ମଣ୍ଡଳର ୫୧ ତମ ବାର୍ଷିକ ସମ୍ମିଳନୀ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସଭାଗୃହରେ ଶ୍ରୀ ନୀଳାଚଳ ନିଖିଳତ୍ପୋଳ ପାଲା ଗାୟକ ପରିଷଦ ଓଡ଼ିଶା ଶାଖା – ଅଖଣ୍ଡ ପୁରୀ ଜିଲ୍ଲା ପ୍ରଶାଖା – ମା ଦକ୍ଷିଣ କାଳୀ ଚନ୍ଦ୍ରଶେଖର ପାଲା ଗାୟକ ମଣ୍ଡଳ ନୟାଗଡର ୫୧ ତମ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଓଡ଼ଗାଁ ପଞ୍ଚାୟତ ସମିତି ସଭାଗୃହରେ ଆୟୋଜିତ ହୋଇଅଛି।ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଅଖଣ୍ଡ ପୁରୀ ଜିଲ୍ଲା ସଭାପତି ଗାୟକ ବ୍ୟାସ ଲକ୍ଷ୍ମୀଧର ଦାସ, ବ୍ରହ୍ମପୁର ମେଡ଼ିକାଲ କଲେଜର ସ୍ନାୟୁ ଶଲ୍ୟ ବିଭାଗ ପ୍ରଫେସର ଡ଼ା ରବି ନାରାୟଣ ପଣ୍ଡା, ଇତିହାସ ପ୍ରାଧ୍ୟାପକ ନିରୋଜ ଦାସ, ଇଞ୍ଜିନିୟର ଶରତ କୁମାର ନାୟକ, ଗାୟକ କୌସ୍ତୁଭ ରବୀନ୍ଦ୍ର ସାମନ୍ତରାୟ, ରାଜ୍ୟ ପାଲା ଗାୟକ ପରିଷଦ ସଭାପତି ସିଦ୍ଧାନ୍ତଦର୍ଶୀ ମଦନ ମୋହନ ଜେନା, ଗାୟକ ସୁଧାକର ଯୁଧିଷ୍ଠିର ପରିଡ଼ା, ଗାୟକ କଳନିଧି ମନୋଜ କୁମାର ମିଶ୍ର,ବାଣୀରତ୍ନ ପଣ୍ଡିତ ଗଦାଧର ଦାସ ପ୍ରମୁଖ ଅତିଥି ମାନେ ଯୋଗଦେଇ ସାଂଗଠନିକ ଆଲୋଚନା ମାଧ୍ୟମରେ ସାଂପ୍ରତିକ ସମୟରେ ପାଲା ଏବଂ ପାଲା ଗାୟକ ମଣ୍ଡଳ ସମ୍ପର୍କିତ ଆଲୋଚନା ଓ ପର୍ଯ୍ୟଲୋଚନ ହୋଇଥିଲା ।ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଗାୟକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କବି ବିପିନ ବିହାରୀ ଖୁଣ୍ଟିଆଙ୍କ ପୁସ୍ତକ କୃଷ୍ଣା ବିଳାସ ଉନ୍ମୋଚିତ ହୋଇଥିଲା । ଗାୟକ ଅକ୍ରୁର ବାରିକ ଏହି କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ ।

ad-week
Leave A Reply

Your email address will not be published.