
ମୟୁରଭଞ୍ଜ : ପିକନିକ ହେଲା କାଳ । ଶିମିଳିପାଳ ପାଦଦେଶ ସୀତାକୁଣ୍ଡ ଜଳପ୍ରାପତରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଯୁବକ । ଘଟଣା ସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବାହିନୀ । ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରି ମେଡିକାଲକୁ ପଠାଇଛି । ସୂଚନା ମୁତାବକ ମୃତକମାନେ ଭଦ୍ରକ ଜିଲ୍ଲାରୁ ଆସିଥିବା ବେଳେ ଆଜି ସକାଳୁ ସୀତାକୁଣ୍ଡରେ ପହଞ୍ଚି ବଣଭୋଜି କରୁଥିଲେ । ଘଟଣା ସ୍ଥଳରେ ବାରିପଦା ସଦର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।