
ରାଉରକେଲା: ରାଉରକେଲାରେ ବସ୍ ଜାଳିଦେଲେ ଦୁର୍ବୃତ୍ତ । ସହରର ସ୍ବପ୍ନେଶ୍ବର ମନ୍ଦିର ନିକଟ ପାର୍କିଂରେ ଥିବା ଏକ ଘରୋଇ ବସ୍ ଜାଳିଦେଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । ଏନେଇ ବସ୍ ମାଲିକ ଅନୟ ମଲ୍ଲିକ ଟାଙ୍ଗରପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ରାଉରକେଲାରୁ ଭୁବନେଶ୍ୱର ଯାଉଥିବା ଏହି ଘରୋଇ ବସ୍ କୌଣସି ବୈଷୟିକ ତ୍ରୁଟି କାରଣରୁ ନିଜ ଘର ନିକଟରେ ଥିବା ରାସ୍ତା ଉପରେ ପାର୍କିଂ କରିଥିଲା । ବିଳମ୍ବିତ ରାତ୍ରିରେ କେହି ଦୁର୍ବୃତ୍ତ ବସ୍ ରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ଟାଙ୍ଗରପାଲି ଥାନା ପୋଲିସ୍ ତଦନ୍ତ ଆରମ୍ଭ କରିଛି ।