ଗଞ୍ଜାମ ଲକ୍ଷ୍ୟ ନିକେତନ ଉପରେ ସାମ୍ବାଦିକ ସମ୍ମିଳନୀ

youtube

ଛତ୍ରପୁର : ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଓ୍ବି. କୀର୍ତ୍ତି ଓ୍ବାସନ୍ ଙ୍କ ଅଧ୍ଯକ୍ଷତାରେ “ଗଞ୍ଜାମ ଲକ୍ଷ୍ୟ ନିକେତନ” ଉପରେ ଏକ ସାମ୍ବାଦିକ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଲକ୍ଷ୍ୟ ନିକେତନ ଗଞ୍ଜାମ ଜିଲ୍ଲା ପ୍ରଶାସନର ଏକ ଫ୍ଲାଗସିପ୍ ପଦକ୍ଷେପ , ଯାହାର ଲକ୍ଷ୍ୟ ୟୁ.ପି.ଏସ୍.ସି./ଓ.ପି.ଏସ୍.ସି.  ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ପ୍ରତିଭାଶାଳୀ ଯୁବ ମାନଙ୍କୁ ନିଃଶୁଳ୍କ, ସଂରଚିତ ଓ ଉଚ୍ଚ ଗୁଣମାନର ମାର୍ଗ ଦର୍ଶନ ପ୍ରଦାନ ।  ଗଞ୍ଜାମ ଜିଲ୍ଲାର ପ୍ରତିଭାଶାଳୀ ଯୁବକ ମାନଙ୍କୁ ଚିହ୍ନଟ,ପ୍ରୋତ୍ସାହନ ଏବଂ ସଶକ୍ତ କରି , ନିଃଶୁଳ୍କ, ସମାବେଶୀ ଓ ଉଚ୍ଚମାନର ମାର୍ଗ ଦର୍ଶନ ମାଧ୍ୟମରେ ୟୁ.ପି.ଏସ୍.ସି./ଓ.ପି.ଏସ୍.ସି. ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ଲାଭ କରିବାକୁ ସକ୍ଷମ କରିବା ହେଉଛି ଏହାର ମୂଳ ଲକ୍ଷ୍ଯ । ଜିଲ୍ଲାର ମେଧାବୀ ଯୁବକ ଯୁବତୀ ମାନଙ୍କ ପାଇଁ ଜିଲ୍ଲାର ତିନୋଟିଯାକ ଉପଖଣ୍ଡରେ ତିନିଗୋଟି ପ୍ରବେଶିକା ପରୀକ୍ଷା ନିମନ୍ତେ ପ୍ରସ୍ତୁତି କେନ୍ଦ୍ର କରାଯାଇ ସେମାନଙ୍କୁ ଶିକ୍ଷା ପ୍ରଦାନ କରାଯିବ । ତତ୍ ସହିତ ଓ.ଏସ୍.ଏସ୍.ସି., ଏସ୍.ଏସ୍.ସି, ଆର୍ମି ରିକୃଟମେଣ୍ଟ ରାଲି ନିମନ୍ତେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯିବାପାଇଁ ସ୍ଥିର କରାଯାଇଛି । ପ୍ରତି ଶିକ୍ଷାକେନ୍ଦ୍ରରେ 50 ଜଣଙ୍କୁ ଶିକ୍ଷା ପ୍ରଦାନ କରାଯିବାପାଇଁ ସ୍ଥିର କରାଯାଇଛି । 50 ପ୍ରତିଶତ ମହିଳା ପ୍ରାର୍ଥୀଙ୍କ ନିମନ୍ତେ ଉଦ୍ଦିଷ୍ଟ ।  ଜାନୁୟାରୀ 25 ତାରିଖରେ ପ୍ରବେଶ ପରୀକ୍ଷା ଅନୁଷ୍ଠିତ ହେବ । ଆବେଦନର ଶେଷ ତାରିଖ ଜାନୁୟାରୀ 19, 2026 ରଖାଯାଇଛି । ଫେବୃୟାରୀ ମାସରୁ କୋଚିଂ କ୍ଲାସ୍ ଆରମ୍ଭ ହେବ । ଏହି କୋଚିଂ କେନ୍ଦ୍ର ଜିଲ୍ଲାର ଯୁବାବର୍ଗ ପାଇଁ ଏକ ଅଭିନବ ପ୍ରୟାସ । ଯୋଗ୍ୟ ପ୍ରାର୍ଥୀମାନେ https://lakshya.ganjam360.com/ ପୋର୍ଟାଲ ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ ।

    ୟୁ.ପି.ଏସ୍.ସି./ଓ.ପି.ଏସ୍.ସି. ପ୍ରାର୍ଥୀ ମାନଙ୍କ ପାଇଁ ନିଃଶୁଳ୍କ ପ୍ରଶିକ୍ଷଣ, ଲାଇଭ୍ ଇଣ୍ଟରଆକ୍ଟିଭ୍ ସେସନ୍ ସହିତ ସଂରଚିତ ଭର୍ଚୁଆଲ କ୍ଲାସରୁମ୍ କାର୍ଯ୍ୟକ୍ରମ, ନିଃଶୁଳ୍କ ଅଧ୍ୟୟନ ସାମଗ୍ରୀ ସହିତ ଆଧୁନିକ ପୁସ୍ତକାଳୟ ଓ ଇ-ଲାଇବ୍ରେରୀର ସୁବିଧା ରହିଛି ।

         ଏହା ସହିତ “ପ୍ରଗତି ପାଇଁ ପ୍ରତିଜ୍ଞା-2026” କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ନୂଆ ବର୍ଷରେ ଫୁଲତୋଡା ,ମିଠା ସହିତ ଉପହାର ଆଣିବାକୁ ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଓ୍ବାସନ ବାରଣ କରିବା ସହ ଏଥିପାଇଁ ଏକ ମାର୍ଗ ଦର୍ଶିକା ଜାରି କରିଛନ୍ତି । ଧରିତ୍ରୀ ମା ଙ୍କ ପାଇଁ ପ୍ରତିଜ୍ଞାରେ ସାମିଲ ହେବାକୁ ଆହ୍ବାନ ଦେବା ସହ ପ୍ଲାଷ୍ଟିକ୍ ବୋତଲ, ପ୍ଲାଷ୍ଟିକ ଜରି ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି । ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର ନକରି କପଡା ବ୍ୟାଗ କିମ୍ବା ଝୋଟ ତିଆରି ବ୍ୟାଗ୍ ବ୍ୟବହାର କରିବା, ଆବର୍ଜନା ଜନଗହଳିପୂର୍ଣ୍ଣ ଅଞ୍ଚଳରେ ନପକାଇ ଡଷ୍ଟବିନ୍ ରେ ପକାଇବା, ପ୍ରତ୍ୟେକ ମାସରେ ଅନ୍ୟୁନ ଗୋଟିଏ ଗଛ ଲଗାଇବା,  ସପ୍ତାହକୁ ଅନ୍ତତଃ ଦୁଇଦିନ ଅଳ୍ପ ଦୂରତାକୁ ସାଇକେଲ କିମ୍ବା ପାଦରେ ଚାଲିଚାଲି ଯିବା, ଅଯଥାରେ ବିଦ୍ୟୁତ୍ ଅପଚୟ ନକରିବା ଆଦି ନୂତନ ବର୍ଷ ନିମନ୍ତେ  “ପ୍ରଗତି ପାଇଁ ପ୍ରତିଜ୍ଞା-2026” ରେ ଶପଥ ନେବା ପାଇଁ ପରାମର୍ଶ ଦିଆଯାଇଛି ।     ଏଥିରେ ବ୍ରହ୍ମପୁର ମହାନଗର କମିଶନର୍ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ପ୍ରିଣ୍ଟ ମିଡିଆ ଓ ଇଲେକ୍ଟୋନିକ୍ସ ମିଡିଆର ବଂଧୁଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.