
ବାରଙ୍ଗ: ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼କୁ ପିକନିକ୍ କରିବାକୁ ଯାଉଛନ୍ତି କି ? ଯଦି ଯାଉଛନ୍ତି ଟିକେ ସାବଧାନତା ଅବଲମ୍ବନ କରନ୍ତୁ । କାରଣ ପାହାଡ଼ ନିକଟ ଜଙ୍ଗଲରେ ବୁଲୁଛନ୍ତି ହାତୀ । ଦୁଇ ବଡ଼ ଦନ୍ତାହାତୀ ଘୂରି ବୁଲୁଛନ୍ତି ପାହାଡ଼ ନିକଟରେ । ଆଜି ସକାଳୁ ଦୁଇଟି ଦନ୍ତା ଭରତପୁର ଜଙ୍ଗଲରୁ ଆସି ଶିଖରଚଣ୍ଡୀ ପାହାଡ଼ ନିକଟରେ ଲୁଚି ରହିଛନ୍ତି ।
ବନ ବିଭାଗ କର୍ମଚାରୀ ଦନ୍ତା ଦୁଇଟି ଉପରେ ନଜର ରଖିଛନ୍ତି । ଦନ୍ତା ଦୁଇଟି କିପରି ସୁରକ୍ଷିତ ଭାବେ ପୁଣି ଭରତପୁର ଜଙ୍ଗଲକୁ ଫେରିବେ ସେ ନେଇ ବନ ବିଭାଗ ଟିମ ଉଦ୍ୟମ କରୁଛି । ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ମାଇକ ଯୋଗେ ସତର୍କ କରିଛି ବନ ବିଭାଗ ।