ଆଜିଠୁ ବର୍ଦ୍ଧିତ ରେଳଭଡା ଲାଗୁ କଲା ଭାରତୀୟ ରେଳବାଇ

add-all

ନୂଆଦିଲ୍ଲୀ: ବର୍ଦ୍ଧିତ ରେଳଭଡା ଲାଗୁକଲା ଭାରତୀୟ ରେଳବାଇ। ୨୧୫ କିମି ମଧ୍ୟରେ ଯାତ୍ରା କରୁଥିଲେ ଭଡା ବଢିବ ନାହିଁ। ସାଧାରଣ ବର୍ଗରେ ୧ ଓ ଏସି/ନନ୍‌ ଏସିରେ ୨ ପଇସା ବୃଦ୍ଧି କଲା ରେଲୱେ। ୨୧ ତାରିଖରେ ଭଡା ବୃଦ୍ଧି ନେଇ ଘୋଷଣା କରାଯାଇଥିଲା।

ରେଳବାଇ ସାଧାରଣ ଠାରୁ ଆରମ୍ଭ କରି ଏସି ପର୍ଯ୍ୟନ୍ତ ସମସ୍ତ ବର୍ଗରେ ଭଡା ବୃଦ୍ଧି କରିଛି। ଏହି ବୃଦ୍ଧି ଡିସେମ୍ବର ଆଜିଠାରୁ (୨୬ ତାରିଖ) ଲାଗୁ ହୋଇଛି। ଭାରତୀୟ ରେଳବାଇ ଅନୁସାରେ ୨୧୫ କିଲୋମିଟର ପର୍ଯ୍ୟନ୍ତ ସାଧାରଣ ଶ୍ରେଣୀ ଯାତ୍ରା ପାଇଁ ଭଡା ବୃଦ୍ଧି କରାଯାଇ ନାହିଁ, କିନ୍ତୁ ଏହାଠାରୁ ଅଧିକ ଦୂରତା ପାଇଁ ସାଧାରଣ ଶ୍ରେଣୀରେ ପ୍ରତି କିଲୋମିଟରରେ ୧ ପଇସା ବୃଦ୍ଧି କରାଯାଇଛି।

ରେଳ ମନ୍ତ୍ରଣାଳୟର ଭଡ଼ା ବୃଦ୍ଧି ଘୋଷଣା ଅନୁଯାୟୀ, ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନରେ ସ୍ଲିପର୍ ଏବଂ ଏସି ଭଡ଼ା ପ୍ରତି କିଲୋମିଟରରେ ୨ ପଇସା ବୃଦ୍ଧି ପାଇବ। ଏହା ଦ୍ୱାରା ଭାରତୀୟ ରେଳବାଇକୁ ପ୍ରାୟ ₹୬୦୦ କୋଟି ଲାଭ ମିଳିବ ବୋଲି ଆଶା କରାଯାଉଛି।

ad-week
Leave A Reply

Your email address will not be published.